ସଡକ ଦୁର୍ଘଟଣାରେ ଜିଆରଏସଙ୍କ ମୃତ୍ୟୁ
ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ମଞ୍ଚାଗାଁ ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ବିଶ୍ୱନାଥ ବେହେରା(୩୫)ଙ୍କ ଆଜି ରାତିରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବିଶ୍ୱନାଥ ମଞ୍ଚାଗାଁ ଓ ବାରିଙ୍ଗିପଦର ପଞ୍ଚାୟତର ଦାୟିତ୍ୱରେ ଥିଲେ। ସେ ସର୍ଭେ କରିବା ପାଇଁ ମଞ୍ଚାଗାଁକୁ ଯାଇଥିଲେ। କାମ ସାରି ପଞ୍ଚାୟତରୁ ସେ ରହୁଥିବା ଦେଓପାଲି ଗ୍ରାମକୁ ଫେରିବା ବେଳେ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ସେ ସଂଧ୍ୟା ପ୍ରାୟ ୭ଟା ବେଳେ ଦେଇପାଲି ଗାଁ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ବ୍ୟକ୍ତି ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ୧୦୮ ପହଞ୍ଚି ଥିଲା। ବିଶ୍ୱନାଥ ବେହେରାଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା।
ତେବେ ଚିକିତ୍ସାଧୀନ ଅବସ୍ଥାରେ ବିଶ୍ୱନାଥଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ବିଡିଓ ଅକ୍ଷମିତା କାର୍ତ୍ତିକ , ବ୍ଲକ ଅଧ୍ୟକ୍ଷା ଦେବକି ନାୟକ ଓ ସହକାରୀ ଯନ୍ତ୍ରୀ ସାନ୍ତିଲତା ହେମ୍ବ୍ରମ୍ ପ୍ରମୁଖ ଡାକ୍ତରଖାନା ପହଞ୍ଚିଥିଲେ।