ଦେଓଘାଟି ମନରେଗା ଦୁର୍ନୀତି ଘଟଣା : ଜିଆରଏସ ସୁବାସଙ୍କୁ ବହିଷ୍କାର କଲେ କୋରାପୁଟ ଜିଲ୍ଲାପାଳ

କୋରାପୁଟ : କୋରାପୁଟ ବ୍ଲକ ଦେଓଘାଟି ପଞ୍ଚାୟତରେ ହୋଇଥିବା ମନରେଗାରେ ଦୁର୍ନୀତି‌ ଘଟଣାରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର। ‘ସମ୍ବାଦ’ରେ ପ୍ରଥମେ ଏନେଇ ଲଗାତାର ତଥ୍ୟ ସହ ଖବର ପ୍ରକାଶ ପାଇବା ପରେ ତଦନ୍ତ କରିଥିଲେ ଡିଆରଡିଏ ଓ ବ୍ଲକ କତ୍ତୃପକ୍ଷ। ଏହାପରେ ସବିଶେଷ ତଥ୍ୟର ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ତଦନ୍ତାକାରୀ ଟିମ୍‌। ଏହାକୁ ଭତ୍ତି କରି ଜିଲ୍ଲାପାଳ ଦେଓଘାଟିର ଜିଆରଏସ ସୁବାସ ଚନ୍ଦ୍ର ଭତ୍ରାଙ୍କୁ ଚାକିରିରୁ ବର୍ହିଷ୍କାର କରିଛନ୍ତି । ଏହାସହ ତାଙ୍କ ଠାରୁ ସରକାରୀ ଅର୍ଥ ମଧ୍ୟ ଆଦାୟ ହେବା ଜଣାପଡିଛି। ମହଙ୍ଗା ପଡିଛି କୋରାପୁଟ ବ୍ଲକ ଦେଓଘାଟିରେ ଚଞ୍ଚକତା କରି ଲକ୍ଷାଧିକଙ୍କା ଜାଲି କରି ହଡପ କରିଥିଲେ। ଏନେଇ ସ୍ଥାନୀୟ ସମିତିସଭ୍ୟ ଜିଲ୍ଲାପାଳଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ କୌଣସି ବିହିତ କାର୍ୟ୍ୟନୁଷ୍ଠାନ ଗ୍ରହଣ ହୋଇ ନ ଥିଲା। କିନ୍ତୁ କୋରାପୁଟରୁ ତଥ୍ୟ ସହ ଖବର ପ୍ରକାଶ ପାଇବା ପରେ ତଦନ୍ତ ହୋଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପାରତା ପ୍ରକାଶ ପାଇଥିଲା। ତଦନ୍ତ କରାଯିବା ପରେ ଜିଆରଏସଙ୍କ ବିରୋଧରେ ୫-ଟିରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଏହାସହ ସରକାରୀ ଅର୍ଥ ମଧ୍ୟ ତାଙ୍କଠାରୁ ଆଦାୟ ହେବା ଜଣାପଡିଛି। ଜିଲ୍ଲାପାଳଙ୍କ ପକ୍ଷରୁ କୋରାପୁଟ ବ୍ଲକ ଜରିଆରେ ଏକ ଚିଠି ସମ୍ପୃକ୍ତ ଜିଆରଏସଙ୍କୁ ଯାଇଥିଲା। ସେ ଏହି ଚିଠିକୁ ଗ୍ରହଣ କରିଥିବା ବ୍ଲକ ପକ୍ଷରୁ ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ଅଜିତ ବେନିଆଙ୍କ ଜମି ବିକାଶ ନାମରେ ମାଷ୍ଟର ରୋଲ ନମ୍ବର ୨୪୧୧୦୦୧୦୦୩/ଆଇଏଫ/୧୦୫୨୩୨୭୮୫ ଓ ଦେଓଘାଟିରେ ଗାତ ଖୋଳାଯିବା ମାଷ୍ଟରରୋଲ ନମ୍ବର ୨୪୧୧୦୦୧୦୦୩/ଡବ୍ଲୁସି/୧୦୪୨୯୯୩୨ ଅନୁସାରେ ପୁଲିସ ହୋମଗାର୍ଡ ସରୋଜ କୁମାର ନାଗଙ୍କ ଖାତାକୁ ୩୬ ଦିନର ଅର୍ଥ ଓ ତାଙ୍କ ପତ୍ନୀଙ୍କ ଢ଼ଖାତାକୁ ୩୬ ଦିନର ଟଙ୍କା ଯାଇଥିଲା। ଏହି ଦୁଇ ଜଣଙ୍କର ମୋଟ ୭୨ ଦିନର ୧୫ହଜାର୪୮୦ଟଙ୍କା ପ୍ରଦାନ କରାଯାଇଛି। ତେବେ ସବୁଠୁ ବଡ କଥା ହେଲା ଏହିମାନେ ଦିନେ ବି କାମକୁ ଯାଇନାହାନ୍ତି। ସେମାନଙ୍କ ଜବକାର୍ଡକୁ ଠିକାଦାର ଓ ଜିଆରଏସ ରଖିଥିବାବେଳେ ଅର୍ଥ ପଡୁ ପଡୁ ଟଙ୍କା ଉଠାଣ ହୋଇ ହଡପ ହେଉଥିବା ଜଣାପଡିଛି। ପୁଲିସ ହୋମଗାର୍ଡ ରହିଥିବା ନିହାଲ ସୁନାଙ୍କ ଖାତରେ ୧୨ଦିନର ୨୫୮୦ଟଙ୍କା ଓ ପିଡବ୍ଲୁଡି ବିଭାଗରେ କାମ କରୁଥିବା ପ୍ରସନ୍ତ ଖୋସଲା ଓ ଏକ ଘ‌ୋଇ ସ୍କୁଲରେ କାମ କରୁଥିବା ତାଙ୍କ ସ୍ତ୍ରୀ ଅନିଦିତା ଖୋସଲା ଏହି ଦୁଇ କାମ ପାଇଁ ୭୨(୩୬+୩୬) ଦିନର କାମ କରିଛନ୍ତି। ଏହିବାଦଦକୁ ୧୫ହଜାର ୪୮୦ ଟଙ୍କା ସେମାନଙକ ଖାତାକୁ ଯାଇଥିବାବେଳେ ଏହାକୁ ଠିକାଦାର ଉଠାଉଇଥିବା‌ ଜଣାପଡିଛି। ତେବେ କିପରି ସମାନ ସମୟରେ ଏହିମାନେ ଏହିଠାରେ କାର୍ୟ୍ୟ କରି ଗାଁର ମନରୋଗାରେ କାମ କଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ଖାଲି ସେତିକି ନୁହେଁ କୋରାପୁଟ ଏସବିଆଇରେ କାମ କରୁଥିବା ଏଲିପମା ନାଗଙ୍କ ନାମରେ ଦେଓଘାଟିରେ ମାଷ୍ଟରରୋଲ ନମ୍ବର ୨୪୧୧୦୦୧୦୦୩/ ଏଲଡି/ ୧୦୪୨୭୧୩୮ ଓ ମନୋରଞ୍ଜନ ବେନିଆଙ୍କ ଜମିର ଉନ୍ନତିକରଣ ପାଇଁ କାମ ମାଷ୍ଟରରୋଲ ନମ୍ବର (୨୪୧୧୦୦୧୦୦୩ /ଆଇଏଫ/ ୧୦୫୨୨୨୨୯) କରିଛନ୍ତି। ଏହି ବାଦରେ ସେ ୭୭୪୦ ଟଙ୍କା ପାଇଛନ୍ତି। ତେବେ ସେ ଏସବିଆରେ କେତେବେଳେ କାମ କଲେ ଆଉ କେତେବେଳେ ସେ କାମ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଖାଲି ସେତିକି ନୁହେଁ ଏକ ଘରୋଇ ସଂସ୍ଥାରେ କାମ କରୁଥଇବା ଅମିତ କୁମାର ନାଗ ଓ ତାଙ୍କ ସ୍ତ୍ରୀ, ୱାର୍ଡ ମେମ୍ବର ମଞ୍ଜୁଳା ବାଘ ପରିନାମରେ କାମ କରାଯାଉ ହଡପ ହୋଇଛି ଲକ୍ଷାଧିକ ଟଙ୍କା।

ସମ୍ବନ୍ଧିତ ଖବର