ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ କୁରୁକା ଗାଁର ଗ୍ରାମ ରୋଜଗାର ସେବକ ହେମନ୍ତ କୁମାର ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ବିଲ୍ ପାସ କରାଇ ଦେବା ପାଇଁ ୧୨ ଶହ ଟଙ୍କାଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଶ୍ରୀ ସାହୁ ବିରତୁଲା ଗାଁର ହରମୋହନ ପ୍ରଧାନଙ୍କ ଠାରୁ ଆଜି ସକାଳେ ଏହି ଟଙ୍କା ଲାଞ୍ଚ ଆକାରରେ ଦେଉଥିବା ବେଳେ ସେଠାରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ନେଇଥିଲା।