ରାଉରକେଲା: ଷ୍ଟିଲସିଟି ରାଉରକେଲାରେ ଆଜି ଏକ ଗହଣା ଦୋକାନରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି | ସହରର ମୁଖ୍ୟମାର୍ଗ ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ନିକଟସ୍ଥ କନକ ଅଳଙ୍କାର ଦୋକାନରେ ରାଜ୍ୟ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜିଏସ୍‌ଟି ବିଭାଗ ପକ୍ଷରୁ ଗଠିତ ୮ ଜଣିଆ ଟିମ୍‌ ଦୋକାନ ଓ କାର୍ଯ୍ୟାଳୟରେ ଚଢ଼ଉ ଜାରି ରଖିଛନ୍ତି। ବିନା ବିଲ୍‌ରେ ସୁନା ଅଳଙ୍କାର ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା।

Advertisment

ଅଭିଯୋଗ ଆଧାରରେ ଜିଏସ୍‌ଟି ସଂଧ୍ୟାରୁ ଚଢ଼ାଉ ଜାରି ରଖିଛନ୍ତି। କାର୍ଯ୍ୟାଳୟ ଓ ଦୋକାନରୁ ସୁନା ଅଳଙ୍କାର କିଣାବିକାର କିଛି ଗୁରୁତ୍ବପୂର୍ଣ୍ଣ କାଗଜ ଜବତ କରିଛନ୍ତି। କେତେ ଦିନ ଧରି ବ୍ୟବସାୟୀ ଏଭଳି ବେଆଇନ କାରବାର କରୁଥିଲେ। କେତେ ଟଙ୍କାର ଜିଏସ୍‌ଟି ଫାଙ୍କିଛନ୍ତି? ଟିମ୍‌ର ଅଧିକାରୀ ତା’ର ଯାଞ୍ଚ ଆରମ୍ଭ କରିଛନ୍ତି।