ସୁନ୍ଦରଗଡ଼: ଟିକସ ଫାଙ୍କି ଅଭିଯୋଗରେ ସୁନ୍ଦରଗଡ଼ ସହର ପତ୍ରାପାଲି ଛକସ୍ଥିତ ଦାଶ ଟାଇଲ୍ସ ଓ ମାର୍ବଲ ଦୋକାନ ସହ ଗୋଦାମରେ ବାଣିଜ୍ୟକର (ଜିଏସଟି) ଟିମ୍ ଚଢ଼ଉ କରିଛି। ଟାଇଲ୍ସ, ମାର୍ବଲ ସମେତ ଗୃହ ନିର୍ମାଣ ଉପକରଣ ବିକ୍ରୟ କରୁଥିବା ଏହି ଦୋକାନ ନାମରେ ବ୍ୟାପକ ଟିକସ ଫାଙ୍କି ଅଭିଯୋଗ ରହିଥିଲା। ଦିନ ୧୧ଟାରୁ ଝାରସୁଗୁଡ଼ା ବାଣିଜ୍ୟକର ବିଭାଗର ଉପ ଆୟୁକ୍ତ ସତୀଶ ରଞ୍ଜନ ଜାଲଙ୍କ ନେତୃତ୍ବରେ ୧୫ ଜଣିଆ ଟିମ ମାଲିକ ଦେବାଶିଷ ଦାଶଙ୍କ ଉପସ୍ଥିତିରେ ଏକକାଳୀନ ଚଢଉ କରିଥିଲେ। ସନ୍ଧ୍ୟା ସାଢ଼େ ୭ଟା ଚଢ଼ଉ କରି ବହୁ କାଗଜପତ୍ର ଜବତ କରି ଟିମ୍ ଫେରି ଯାଇଛନ୍ତି। ଯାଞ୍ଚ ପରେ କେତେ ଟଙ୍କାର ଟିକସ ଫାଙ୍କି ହୋଇଛି, ତାହା ଜଣାପଡ଼ିବ ବୋଲି ବାଣିଜ୍ୟକର ବିଭାଗର ଅତିରିକ୍ତ ଆୟୁକ୍ତ ସତୀଶ ରଞ୍ଜନ ଜାଲ କହିଛନ୍ତି।

Advertisment

publive-image Sambad

ଚଢ଼ଉରେ ଜିଏସଟି ଅଧିକାରୀ ଆଶିଷ କୁମାର ଦାଶ, ପୂର୍ଣ୍ଣଚନ୍ଦ୍ର ଟପ୍ପୋ, ଲକ୍ଷ୍ମୀପ୍ରସାଦ ମେହେର, ରଶ୍ମୀରଞ୍ଜନ ସାହୁ, ସୁରେନ୍ଦ୍ର କୁମାର ଭୋଇ, ଅଲେଖ ମହାନନ୍ଦ, ଚୁମନ କଠାର, ସୁଜାତା ମହାନ୍ତିଙ୍କ ସମେତ ସୁନ୍ଦରଗଡ଼ ପୁଲିସ ବାରାକର ପୁଲିସକର୍ମୀ ପ୍ରମୁଖ ସାମିଲ ହୋଇଥିଲେ। ଜିଏସଟି ଟିମର ଚଢ଼ଉ ପରେ ସହରର ଅଞ୍ଚଳର ଅନେକ ଦୋକାନରେ ତାଲା ପଡ଼ିଥିବା ଦେଖାଯାଇଥିଲା।