ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସି ପଡ଼ି ଜଣେ ଗାର୍ଡଙ୍କ ମୃତ୍ୟୁ ହୋଇଛି। ମୃତ ଗାର୍ଡଙ୍କ ନାମ ସନ୍ତୋଷ କୁମାର ସିଂ । ମୃତ ସନ୍ତୋଷ ଟିଟିଲାଗଡ଼ରେ ସିନିୟର୍ ଗୁଡସ୍ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଆଜି ଟିଟିଲାଗଡ଼ରୁ ଡ୍ୟୁଟିରେ ସେ ରାୟଗଡ଼ା ଅଭିମୁଖେ ଆସିଥିଲେ। ଷ୍ଟେସନରେ ମାଲବାହୀ ଟ୍ରେନ୍ ଅଟକୁ ଥିବା ବେଳେ ସନ୍ତୋଷ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅସାବଧାନତାବଶତଃ ସନ୍ତୋଷଙ୍କ ଗୋଡ଼ ଖସି ଯିବାରୁ ରେଳ ଧାରଣା ଫାଙ୍କରେ ସନ୍ତୋଷ ଗଳି ପଡ଼ିଥିଲେ। ଚଳନ୍ତା ଟ୍ରେନ୍ ଚକା ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କ ମୃତ୍ୟୁ ହୋଇଥିଲା। ମୃତଦେହକୁ ଉଦ୍ଧାର କରି ରେଳବାଇ ପୁଲିସ୍ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଚଳନ୍ତା ଟ୍ରେନରୁ ଖସି ଗାର୍ଡଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2021/01/t-82.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)