ଜିଲ୍ଲାପାଳଙ୍କୁ ଅଭିଭାବକଙ୍କ ପ୍ରଶ୍ନ ‘ଝିଅ ହୋଇ ଝିଅଙ୍କ କଷ୍ଟ ବୁଝିବେ ନାହିଁ କି’?

ସମ୍ବଲପୁର: ଜିଲ୍ଲାର ଜିଲ୍ଲାପାଳ ଜଣେ ଝିଅ ହୋଇ ଝିଅଙ୍କ କଷ୍ଟ ବୁଝିବେ ନାହିଁ କି? ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ କିଛି ଏଭଳି ପ୍ରଶ୍ନ ପଚାରିଛନ୍ତି ସମ୍ବଲପୁର ସହରର ବହୁ ପୁରାତନ ଲେଡି ଲୁଇସ ଗାର୍ଲସ ହାଇସ୍କୁଲର ଅଭିଭାବକ | ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନଶିକ୍ଷକ ନଥିବା ପ୍ରତିବାଦରେ ଆଜି ଏହି ହାଇସ୍କୁଲରେ ଅଭିଭାବକ ଓ ଅଭିଭାବିକା ମାନେ ପହଞ୍ଚି ପ୍ରତିବାଦ କରି ସ୍କୁଲରେ ତାଲା ପକାଇଦେଇଛନ୍ତି |

ଏହି ବିଦ୍ୟାଳୟଟି ୧୯୪୨ ମସିହାରେ ପ୍ରତିଷ୍ଠା ହୋଇଥିବାବେଳେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ଛାତ୍ରୀମାନେ ଏଠାରେ ପଢ଼ନ୍ତି |

ଏଠାରେ ପ୍ରଧାନଶିକ୍ଷକ ଥିବା ଉଜାଗର ପ୍ରଧାନଙ୍କର ଯୁଯୁମରା ବ୍ଲକ ଶିକ୍ଷାଧିକାରୀ ଭାବେ ବଦଳି ହୋଇଯାଇଛି | ଏହାପୂର୍ବରୁ ବିଦ୍ୟାଳୟର ଅନ୍ୟ ଶିକ୍ଷକ/ଶିକ୍ଷୟତ୍ରୀଙ୍କର ପଦୋନ୍ନତି ହୋଇ ଅନ୍ୟ ସ୍କୁଲକୁ ବଦଳି ହୋଇଥିଲା | ଆଉ ଉଜାଗର ପ୍ରଧାନଙ୍କ ବଦଳି ପରେ ଏବେ ପ୍ରଧାନଶିକ୍ଷକ ପଦ ଖାଲି ରହିଛି | ହାଇସ୍କୁଲରେ ନିୟମିତ ପ୍ରଧାନଶିକ୍ଷକ ଦାବି କରି ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିଲେ | କିନ୍ତୁ ଏନେଇ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ଅଭିଭାବିକାମାନେ ସ୍କୁଲରେ ପହଂଚି ପ୍ରତିବାଦ କରି ତାଲା ପକାଇଦେଇଥିଲେ |

ସମ୍ବନ୍ଧିତ ଖବର