ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ଅପରାହ୍ନ ୩ଟାରେ ହେବ ରଥଟଣା

ପୁରୀ: ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇସାରିଛି। ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର କେମିତି ନୀତି ହେବ ସେ‌ନେଇ ସମସ୍ତ ନୀତିନିର୍ଘଣ୍ଟ ହୋଇଛି । ଛତିଶାନିଯୋଗ ବୈଠକରେ ଚୂଡାନ୍ତ ନୀତି ନିର୍ଘଣ୍ଟ ହୋଇଛି । ଜୁଲାଇ ୧୨ ତାରିଖରେ ଶ୍ରୀଗୁଣ୍ଡିଚା ଦିନ ସକାଳ ୮ଟାରେ  ରଥ ପ୍ରତିଷ୍ଠା ହେବ । ଏହାପରେ ୮ଟା ୩୦ରେ ପହଣ୍ଡି ଆରମ୍ଭ ହେବା ସହିତ ଅପରାହ୍ନ ୨ଟାରେ ଛେରାପହଁରା ହେବ । ୩ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।

ସେହିପରି ବାହୁଡାରେ ୧୨ଟାରୁ ୨ଟା ୩୦ ମଧ୍ୟରେ ପହଣ୍ଡି ଓ ୪ଟାରେ ରଥଟଣା ହେବ । ଏଥିସହିତ ସ୍ନାନଯାତ୍ରା ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ହୋଇଛି । ଜୁନ୍ ୨୩ ରାତି ଗୋଟାଏରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଯିବ । ସକାଳ ୯ଟାରେ ଜଳଲାଗି ହେବ । ଦିନ ୧୧ଟାରେ ଗଜାନନ ବେଶ ଓ ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ଡି ହେବ ବୋଲି ସ୍ଥିର ହୋଇଛି।

ଚଳିତ ଥର ୧୫ ଦିନ ହେବ ଅଣବସର ନୀତି । ଶ୍ରୀମନ୍ଦିର ଚତୁପାର୍ଶ୍ବରେ ୧୪୪ ଧାରା  ଜାରି କରାଯାଇଛି  । ଏହି ସମୟରେ ପାଳିଆ ସେବାୟତଙ୍କୁ ଦିଆଯିବ ସ୍ୱତନ୍ତ୍ର ପାସ୍ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ହେବ ସ୍ନାନପୂର୍ଣ୍ଣିମା ।

ସମ୍ବନ୍ଧିତ ଖବର