କନ୍ଧମାଳ: କନ୍ଧମାଳ ଗୁମୁଡୁମାହ କମିସନ୍ ଜ୍ୟାନମ ମହମ୍ମଦ ଆଜମଲ ଗୃହ ବିଭାଗ ପାଖରେ ୧୦୪ ପୃଷ୍ଠାର ରିପୋର୍ଟ ଦାଖଲ କରିଛନ୍ତି । ଯେଉଁଥିରେ ୨୦ଟି ସରକାରୀ ଓ ବେସରକାରୀ ସତ୍ୟପାଠ ରହିଛି। ୨୦୧୬ ଜୁଲାଇ ୮ରେ ଗୁମୁଡୁମାହ ଗୁଳିକାଣ୍ଡରେ ଯବାନଙ୍କ ଗୁଳି ମାଡରେ ୬ଜଣ ନୀରିହ ଆଦିବାସୀ ପ୍ରାଣ ହରାଇଥିଲେ । ଏହା ମିଥ୍ୟା ଏନକାଉଣ୍ଟର ବୋଲି ଅଭିଯୋଗ ହେବା ପରେ ରାଜ୍ୟ ସରକାର ତଦନ୍ତ ପାଇଁ କମିସନ ଗଠନ କରିଥିଲେ । ତେବେ ରିପୋର୍ଟ ପ୍ରସ୍ତୁତ ପାଇଁ କମିସନଙ୍କୁ ୧୦ ମାସ ସମୟ ଲାଗିଥିଲା ।
ସୂଚନାଯୋଗ୍ୟ, ୨୦୧୬ ଜାନୁଆରୀ ୯ ତାରିଖରେ କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ମାଲାପାଙ୍ଗା ଜଙ୍ଗଲ ନିକଟସ୍ଥ ଗୁମୁଡ଼ୁମାହା ନିକଟରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଅଟୋରେ ବାଲିଗୁଡ଼ାରୁ ଗୁମୁଡ଼ାମାହା ଯାଉଥିବା ବେଳେ ପୁଲିସ- ମାଓବାଦୀ ଗୁଳ ବିମିନିମୟରେ ୬ ଜଣ ନୀରିହ ଆଦିବାସୀ ଲୋକଙ୍କର ମୃତ୍ୟୁ ଘଟିଥିଲା ବୋଲି ଶୁଣିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Screen-shot-2018-03-17-at-2.03.51-PM.png)