ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା କେ. ଖରିଡ଼ା ଗ୍ରାମର ଦୀପୁ ପାତ୍ରଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ଫେରାର୍ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଜଣକ କୋଳଦା ଥାନା ଜେ. ଛଚିନା ଗ୍ରାମର ଭୋଳା ନାହାକ ଓରଫ୍ ଭୋଳାନାଥ(୨୩) ବୋଲି ଏଏସ୍ପି ଅଜୟ ମିଶ୍ର ସୂଚନା ଦେଇଛନ୍ତି। ପୁଲିସ ଭୋଳାନାଥ ନିକଟରୁ ଏକ ପିସ୍ତଲ ଓ ୪ରାଉଣ୍ଡ ଗୁଳି ଜବତ କରିଛି। କୋଦଳା ଥାନା କେସ୍ ନମ୍ବର ୪୮୨/୨୩ରେ ଅଭିଯୁକ୍ତ ଭୋଳାନାଥକୁ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ଗିରଫ ସଂଖ୍ୟା ଏବେ ୬ରେ ପହଞ୍ଚିଛି। ଗତ ୬ତାରିଖରେ ଦୀପୁ କୋଦଳା ଏଡିଜେ କୋର୍ଟକୁ ଜଣେ ଓକିଲଙ୍କ ସହିତ କଥା ହେବାକୁ ଆସିଥିଲେ। ସେ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ। ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।
ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଥିଲା। ସୁରତରେ ଦୁଇ ଗୋଷ୍ଠୀ ମଧ୍ୟରେ ବେଆଇନ ମଦ କାରବାରକୁ ନେଇ ଶତ୍ରୁତା ହୋଇଥିଲା। ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ଘଟଣାକୁ ନେଇ ଦୀପୁଙ୍କୁ ଅପହରଣ କରି ହତ୍ୟା କରିବାକୁ ଯୋଜନା କରାଯାଇଥିଲା। ଦୀପୁ କିଛିଦିନ ତଳେ ସୁରତରୁ ଗାଁକୁ ଆସିଥିବା ବେଳେ ତାଙ୍କୁ ଗତ ୬ତାରିଖରେ ବିରୋଧୀ ଗୋଷ୍ଠୀ ଅପହରଣ କରି ହତ୍ୟା କରିଥିଲେ। ଏହି ମାମଲାରେ ପୁଲିସ ପୂର୍ବରୁ ୫ଜଣଙ୍କୁ ଗିରଫ କରି ସାରିଛି। ଏହା ସହିତ ଜଣେ ନାବାଳକଙ୍କୁ ମଧ୍ୟ ଧରିଥିଲା। ଆଜି ଶୁକ୍ରବାର ମାମଲାର ଅନ୍ୟତମ ଅଭିଯୁକ୍ତ ଭୋଳାନାଥକୁ ପୁଲିସ ଜେ. ଛଚିନା ଗ୍ରାମରୁ କାବୁ କରିଥିବା ବେଳେ ତା’ ନିକଟରୁ ଏକ ପିସ୍ତଲ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/19d757a0-8257-4079-b9c1-90affa6c1719.jpeg)