ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଟାମ୍ପରଗଡ଼ ବାସୁପାଲି ଅଞ୍ଚଳରେ ତିଆରି ଚାଲିଥିଲା ଦେଶୀ ବନ୍ଧୁକ। ବରାଦ ମୁତାବକ ତିଆରି ହୋଇ ବିକ୍ରି ଚାଲିଥିଲା। ଏହି ଏମିତି ଏକ ଆଡ଼ାକୁ ଠାବ କରିଛି ଯୁଯୁମୁରା ପୁଲିସ। ବିଶେଷ ସୂତ୍ରରୁ ସୂଚନା ପାଇ ମଙ୍ଗଳବାର ପୁଲିସ ଘଟଣାସ୍ଥଳରେ ଚଢ଼ଉ କରି ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଅଟକ ରଖିଛି। ତେବେ ଏହି କାରବାରରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି? କିଏ କଞ୍ଚାମାଲ ଯୋଗାଣ କରିଥାଏ ? କେଉଁଠୁ ବରାଦ ଆସିଥାଏ? ଏ ବାବଦରେ ପୁଲିସ ଅଧିକ ତଦନ୍ତ ଚଳାଇଛି। ତଦନ୍ତରେ ବାଧା ଆସିବ ବୋଲି କହି ଅଧିକ ସୂଚନା ଦେବାକୁ ରେଢ଼ାଖୋଲ ଏସ୍ଡିପିଓ ପ୍ରଶାନ୍ତ ମେହେର ମନା କରିଦେଇଥିଲେ।
ଦେଶୀ ବନ୍ଧୁକ ତିଆରି ଆଡ଼ା ଠାବ, ମହିଳାଙ୍କ ସମେତ ୨ ଅଟକ
/sambad/media/post_attachments/wp-content/uploads/2021/06/gun.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)