ପ୍ରହ୍ଲାଦ ଦୋରାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଗାର୍ଡ ଅଫ୍‌ ଅନର ପ୍ରଦାନ, ପୈତୃକ ଗ୍ରାମରେ ଶେଷକୃତ ସଂପନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବରପୁତ୍ର ତଥା ଜଣେ ଦକ୍ଷ, ନିର୍ଭିକ, ବରିଷ୍ଠ ଆଇନଜୀବୀ ଏବଂ ସମାଜସେବୀ ତଥା ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କର ବିୟୋଗରେ ସାରା ଜିଲ୍ଲା ସମେତ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଆଜି ତାଂକର ପୈତୃକ ଗ୍ରାମ ମାଥିଲି ବ୍ଲକର ପାଙ୍ଗାମ ଠାରେ ରାଜ୍ୟ ସରକାରଙ୍କ ତରଫରୁ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ପାଙ୍ଗାମ ନଦୀ ତୁଠରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା। ପାଙ୍ଗାମ ନଦୀ ତୁଠରେ ହିଁ ତାଂକର ଶେଷ କୃତ ସଂପନ୍ନ କରାଯାଇଥିଲା। ତାଂକର ଶେଷ ଦର୍ଶନ ପାଇଁ ମାଲକାନଗିରି ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ଏବଂ ବିଭିନ୍ନ ରାଜ୍ୟରୁ ଲୋକେ ଉପସ୍ଥିତ ଥିଲେ। ପାଙ୍ଗାମରେ ଲୋକାରଣ୍ୟ ହୋଇଯାଇଥିଲା। ମାଲକାନଗିରି ଜିଲ୍ଲା ପ୍ରଶାସନ ସମେତ ପୁଲିସ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ସେ ଜୀନର ଶେଷ ମୁହର୍ତ୍ତ ପର୍ଯ୍ୟନ୍ତ ଲୋକଙ୍କ ସେବା କାର୍ଯ୍ୟରେ ଲାଗି ପଡିଥିଲେ। ଜଣେ ବିଶିଷ୍ଠ ଆଇନଜୀବୀ ଭାବେ ମଧ୍ୟ ସେ ନିଜକୁ ଉପସ୍ଥାପନା କରିପାରିଥିଲେ। ବିଜେପିର ଆଗଧାଡିର ନେତା ଥିଲେ। ନିଜ ଜୀବନକୁ ବାଜି ଲଗାଇ ବହୁ ସମୟରେ ଜିଲ୍ଲାରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲାବାସୀଙ୍କ ପାଇଁ କାମ କରୁଥିଲେ। ଆଦିବାସୀଙ୍କ ନ୍ୟାର୍ଯ୍ୟ ଦାବି ପାଇଁ ମଧ୍ୟ ଲଢେଇ କରି ଆସୁଥିଲେ। ଆଗାମୀ ପିଢିର ଯୁବ ମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍ବର୍ଗତ ପ୍ରହ୍ଲାଦ ଦୋରାଙ୍କ ଆତ୍ମାର ସଦଗତି ନିମନ୍ତେ ସମସ୍ତେ ପ୍ରାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର