ଜୟପୁର: ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ବିଶିଷ୍ଟ ଶିକ୍ଷକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଗୁରୁ ଦିବସ ପାଳିତ ହୋଇ ଆସୁଛି। ସହରର ବିଭିନ୍ନ ଶିକ୍ଷାଅନୁଷ୍ଠାନ, କଲେଜ, ତାଲିମ କେନ୍ଦ୍ର, କୋଚିଂ ଓ କମ୍ପୁଟର ସେଣ୍ଟର ଆଦିରେ ଛାତ୍ରଛାତ୍ରୀମାନେ ଗୁରୁ ଦିବସ ପାଳନ କରିଥିଲେ। ହାତୀଶାଳ ନିକଟସ୍ଥ ସେଣ୍ଟଜାଭିୟାର୍ସ ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମିଶ୍ର ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ୍, ମୁଖ୍ୟବକ୍ତା ଭାବେ ସ୍ଵୟଂ ଶାସିତ ବିକ୍ରମଦେବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଗୋପାଳ ହଲଦାର୍ , ସମ୍ମାନୀତ ଅତିଥି ଭାବେ ସରକାରୀ ଓକିଲ ବିଷ୍ଣୁ ପ୍ରସାଦ ପାତ୍ର ଯୋଗ ଦେଇ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମଣିଷ ତିଆରି କାରଖାନାର ମାଲିକ, ସମାଜ ପ୍ରତି ଗୁରୁଙ୍କ ଅବଦାନ ଅତୁଳନୀୟ ବୋଲି କହି ସମ୍ବର୍ଦ୍ଧିତ କରିଥିଲେ। ଲିଙ୍ଗରାଜନଗର ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ ଓ କିଡ୍ ଜି ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ମନୋଲିସା ନନ୍ଦ ସଭାପତିତ୍ବ କରିଥିଲେ।
ନିର୍ଦେଶକ ସତିଶ ନନ୍ଦ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଇରିଗେସନ୍ କଲୋନୀ ଉପର କୋଲାବ ଯୋଜନା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ତପନ କିରଣ ତ୍ରିପାଠୀ ଙ୍କ ସଭାପତିତ୍ବରେ ଉତ୍ସବ ପାଳନ କରାଯାଇଥିଲା। ଜୟପୁର ସିଟି ହାଇସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଦେୱନୀ ବିଚାରପତି ତଥା ମହିଳା ଅଦାଲତର ବିଚାରପତି ଅଞ୍ଜଳୀ ମାଛଖଣ୍ଡ ଯୋଗ ଦେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ବି.ଶ୍ରୀନିବାସ ରାଓ ଏବଂ ପୁରାତନ ଛାତ୍ର ରୋହିତ ପଟ୍ଟନାୟକ ଓ ମହିମା ରାଣୀ ଆନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବୟଂ ଶାସିତ ବିକ୍ରମ ଦେବ ମହାବିଦ୍ୟାଳୟରେ ବିଭିନ୍ନ ପିଜି ବିଭାଗ, ବାଣିଜ୍ୟ, କଳା, ଓ ବିଞାନର ବିଭନ୍ନ ବିଭାଗ ପକ୍ଷରୁ ପୃଥକ ପୃଥକ ଭାବେ ଗୁରୁ ଦିବସ ପାଳନ କରାଯାଇଥିଲା।
ସରକାରୀ ମହିଳା ମହାବିଦ୍ୟାଳୟରେ ବି ବିଭିନ୍ନ ସ୍ନାତକ ସହ କଳା ଓବିଞାନର ଛାତ୍ରୀ ମାନେ ଗୁରୁ ଦିବସ ପାଳନ କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ମନୋରମା ଦେବୀଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓକର୍ମଚାରୀ ମାନେ ଏହି ଉତ୍ସବରେ ଭାଗ ନେଇ ଗୁରୁ ଶିଷ୍ୟଙ୍କ ସଂପର୍କ ଉପରେ ଆଲୋକପାତ କରିଥିଲେ। ବିଜେଡିର ବରିଷ୍ଠ ନେତ୍ରୀ ଡ.ଇନ୍ଦିରା ନନ୍ଦଙ୍କ ସହ ନଗର ବିଜେଡି ସଭାପତି ହରପ୍ରସାଦ ମିଶ୍ର, ବରିଷ୍ଠ ନେତା ବିଷ୍ଣୁ ପାତ୍ର, ବାଲା ରାୟ, ରାଜା ପାଢ଼ୀ ପ୍ରମୁଖ ସହରର ବିଭିନ୍ନ ବିଦ୍ୟାଳୟକୁ ଯାଇ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/jpr-gurudivas-2.jpg)