ନବରଙ୍ଗପୁର : ୯ଥର ବିଧାୟକ ଏବଂ ୮ଥର ରାଜ୍ୟ ମନ୍ତ୍ରିମଣ୍ଡଳରେ ଭିନ୍ନ ଭିନ୍ନ ଦାୟିତ୍ବ ପାଇଥିଲେ। କିନ୍ତୁ ରାଜନୈତିକ ଜୀବନ ତୃଣମୂଳସ୍ତରରେ ପଞ୍ଚାୟତ ନିର୍ବାଚନରୁ ଆରମ୍ଭ କରିଥିଲେ। ସଂଖ୍ୟାଲଘୁ ସଂପ୍ରଦାୟରୁ ଆସିଥିବା ଏହି ହେବିୱେଟ୍‌ ନେତା ହେଲେ ହବିବୁଲ୍ଲା ଖାଁ। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବାରମ୍ବାର ନିର୍ବାଚିତ ହୋଇ ଶେଷ ଜୀବନ ପର୍ଯ୍ୟନ୍ତ ରାଜ୍ୟ ରାଜନୀତିରେ ଯଥେଷ୍ଟ ପତିଆରା ରଖିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ୨୦୦୯ ମସିହାରେ ନବରଙ୍ଗପୁର ବିଧାନସଭା ଆସନ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷଣ ହେବାରୁ ନିର୍ବାଚନ ରାଜନୀତିରୁ ଦୂରେଇ ଯିବାକୁ ବାଧ୍ୟ ହୋଇଥିଲେ ହବିବୁଲ୍ଲା। ଦୀର୍ଘ ୩୮ ବର୍ଷର ରାଜନୀତିରେ ଏକାଧିକ ଉପଲବ୍ଧି ପାଇବାରେ ସେ ହେଉଛନ୍ତି ଓଡ଼ିଶାର ବିରଳ ବ୍ୟକ୍ତିତ୍ବ।