ରାଉରକେଲା: ରାଉରକେଲା ପୁଲିସ ଜିଲ୍ଲାର ହାବିଲଦାର ଓ କନେଷ୍ଟବଳ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ସୁନୀଲ କୁମାର ପ୍ରଧାନ ଓ ତାଙ୍କ ପ୍ୟାନେଲ୍ ବାଜିମାତ ମାରିଛନ୍ତି। ସଭାପତି ଭାବେ ସୁନୀଲ କୁମାର ପ୍ରଧାନ, ସମ୍ପାଦକ ରାଜେନ୍ଦ୍ର କୁମାର ପ୍ରଧାନ ବିଜୟୀ ହୋଇଛନ୍ତି। ଉପସଭାପତି ସିଲୁବିୟୁସ୍ ମିଞ୍ଜ, କୋଷାଧ୍ୟକ୍ଷ ସୁଦାମ ଚରଣ ସ୍ବାଇଁ, ସହ ସମ୍ପାଦକ ରାକେଶ ରୋସନ ରାଉତରାୟ, ଅଜିତ କୁମାର ଗୁଡ଼ିଆ, ସଭ୍ୟ ଇଲିଆସ୍ କିଣ୍ଡୋ, ପ୍ରସ୍ମିତ କୁମାର ବିଶ୍ବାଳ, ସୀମା ମହାନ୍ତ, ଗଣେଶ ମହାନ୍ତ ଓ ଶିବ ମୋଚି ବିଜୟ ହୋଇଛନ୍ତି।
ସଭାପତି ସୁନୀଲ କୁମାର ପ୍ରଧାନ ୬୩୩ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମନୋଜ କୁମାର ପଟ୍ଟନାୟକ ୪୪୭ ଖଣ୍ଡ ଭୋଟ ପାଇଥିଲେ। ସମ୍ପାଦକ ରାଜେନ୍ଦ୍ର କୁମାର ପ୍ରଧାନ ୫୮୯ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବୁଲୁ ସାହୁ ୪୮୮ ଖଣ୍ଡ ଭୋଟ ପାଇଥିଲେ। ଉପସଭାପତି ସିଲୁବିୟୁସ ମିଞ୍ଜ ଅଜିତ କୁମାର ଗୁଡ଼ିଆ ୫୯୭, ରାକେଶ ରୋଶନ ରାଉତରାୟ ୫୮୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଦୁଇ ନିକଟତମ ପ୍ରତିଦ୍ବନ୍ଦୀ ଉତ୍ତମ କୁମାର ସ୍ବାଇଁ ୪୫୫ ଓ ଗଙ୍ଗାଧର ଓରାମ ୩୯୬ ଖଣ୍ଡ ଭୋଟ ପାଇଥିଲେ। କୋଷାଧ୍ୟକ୍ଷ ସୁଦାମ ଚରଣ ସ୍ବାଇଁ ୬୪୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମାଧୋ ଏକ୍କା ୪୦୮ ଖଣ୍ଡ ଭୋଟ ପାଇଥିଲେ। ଗତକାଲି ମତଦାନ ହୋଇଥିଲା। ରାଉରକେଲା ରିଜର୍ଭରେ ୨ଟି ପୁଲିସ ଜିଲ୍ଲାର ୨୪ଟି ଥାନାରେ ୨୪ଟି, ଏମିତି ମୋଟ ୨୪ଟି ମତଦାନ କେନ୍ଦ୍ର କରାଯାଇଥିଲା। ସଂଘ ମୋଟ ୧୨୫୦ରୁ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୯୦% ମତଦାତା ନିଜର ମତଦାନ ସାବ୍ୟସ୍ତ କରିଥିଲେ। ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ଜାରି ରହିଥିଲା। ଆଜି ମତଗଣନା ପାଇଁ ରିଜର୍ଭ ପୁଲିସ ଲାଇନ୍ରେ ୧୦ଟି ଟେବୁଲ କରାଯାଇଥିଲା।