ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାରେ ହାବିଲଦାର ଭାବେ କାର୍ଯ୍ୟରତ ଭଗବାନ ଭତରା (୫୫) ଙ୍କ ଆଜି ଅପରାହ୍ନରେ ସଡ଼କ ଦୁର୍ଘଟଣାରେ ମୃତୁ ଘଟିଛି। ସେ ଗତକାଲି ରଥ ଯାତ୍ରା ଡ୍ୟୁଟି କରିଥିଲେ। ଆଜି ଅପରାହ୍ନରେ କୌଣସି କାର୍ଯ୍ୟରେ ନବରଙ୍ଗପୁର ଯାଉଥିବା ସମୟରେ ତେନ୍ତୁଳିଖୁଣ୍ଟି - ନବରଙ୍ଗପୁର ରାସ୍ତାର କେଶରୀଗୁଡା ନିକଟରେ ଏକ ଘୋରାଇ ବସ ଧକ୍କାରେ ତାଙ୍କ ମୃତ୍ୟୁ ହୋଇଥୁବା ସୂଚନା ମିଳିଛି।
ସୂଚନା ମୁତାବକ, ମୃତ ଭଗବାନ ଭତରା ଆଜି ଅପରାହ୍ନରେ ନିଜ ଗ୍ଲାମର ବାଇକ ଯୋଗେ ନବରଙ୍ଗପୁର ଅଭିମୁଖେ ଯାତ୍ରା କରୁଥିଲେ। ହେଲେ ବିପରୀତ ଦିଗରୁ ଇନ୍ଦ୍ରାବତୀ ଅଭିମୁଖେ ଆସୁଥୁବା ବାବୁଲି ନାମକ ଏକ ଘୋରାଇ ବସ କେଶରୀଗୁଡା ନିକଟରେ ସମ୍ମୁଖ ପଟୁ ଭଗବାନଙ୍କ ବାଇକକୁ ଧକ୍କା ଦେଇଥିଲା। ଭଗବାନ ବାଇକରୁ ଛିଟିକି ପଡ଼ି ଗୁରୁତର ହୋଇପଡ଼ିଥଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ସମୟରେ ମୃତ୍ୟୁବରଣ ହୋଇଥୁବା ଖବର ହସ୍ତାନ୍ତର ହୋଇଛି। ଏହି ଖବର ଶୁଣି ତେନ୍ତୁଳିଖୁଣ୍ଟି ଆଇଆଇସି ଉମେଶ ନାୟକଙ୍କ ସମେତ ସମସ୍ତ କର୍ମଚାରୀ ଗଭିର ଶୋକ ପ୍ରକାଶ କରିଛନ୍ତି। ମୃତ ହାବିଲଦାର ଶ୍ରୀ ଭତରା ଜଣେ ସରଳ ସ୍ଵଭାଵ ତଥା କର୍ତଵ୍ୟ ନିଷ୍ଠା ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ ତେନ୍ତୁଳିଖୁଣ୍ଟି ଜୟ ତେନ୍ତୁଳିଖୁଣ୍ଟି ମାନଵ ସେବା ମୁଖ୍ୟ ଅଖିଳ ଭତରା, ଉପଦେଷ୍ଟା ସୁଶାନ୍ତ କୁମାର ଶତପଥୀ ଙ୍କ ସମେତ ସଭ୍ୟ ପିଙ୍କୁ ସାହୁ, ହାନେସ ପାତ୍ର ବାଘ, ଭିକିବାବୁ ପାତ୍ର, ନୁନୁ ପାତ୍ର, ସଦନ ସୁନା ଗଭୀର ଶୋକ ବ୍ୟକ୍ତ କରିଛନ୍ତି।