ପାର୍କିଂ ନାଁରେ ଟଙ୍କା ମାଗିବା ଘଟଣା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ହାବିଲଦାର

କଣ୍ଟାବାଞ୍ଜି: ପାର୍କିଂ ନାଁରେ ଲୋକଙ୍କୁ ଟଙ୍କା ମାଗିବା ସଂପର୍କିତ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ପି ବୁଧବାର ଜଣେ ହାବିଲଦାରଙ୍କୁ ଚାକିରିରୁ ନିଲମ୍ବନ କରିଥିବା ଜଣାପଡ଼ିଛି। ଏହି ଘଟଣାର ଶିକାର ହୋଇଛନ୍ତି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଟାଉନ ଥାନା ହାବିଲଦାର ସଂକୀର୍ତ୍ତନ ପଟେଲ। ଭାଇରାଲ ଭିଡ଼ିଓରେ ସଂକୀର୍ତ୍ତନ ଟ୍ରକ୍‌ ଚାଳକଙ୍କୁ ଟଙ୍କା ଲାଞ୍ଚ ମାଗୁଥିବା ଜଣାପଡ଼ିଥିଲା।

ବଲାଙ୍ଗୀର ଜିଲ୍ଲା ପୁଲିସ ଲୋକଙ୍କ ସେବା ପାଇଁ କାମ କରୁଛି ବୋଲି କହୁଥିବା ବେଳେ କଣ୍ଟାବାଞ୍ଜି ଟାଉନ ଥାନା ପୁଲିସର ଜଣେ ହାବିଲଦାର ଏକ ଟ୍ରକ ଚାଳକଙ୍କୁ ପାର୍କିଂ ନାଁରେ ଟଙ୍କ ମାଗୁଥିବା ଭିଡିଓ ଭାଇରାଲ ହେଉଛି। ଟାଉନ ହାବିଲଦାର ତାକୁ ୫୦୦ ଟଙ୍କା ମାଗୁଥିବା ବେଳେ ସେ କାହିକିଁ ୫୦୦ ଟଙ୍କା ଦେବେ ବୋଲି ପାଲଟା ପ୍ରଶ୍ନ କରିବା ସହ ଦରକାର ପଡିଲେ ମୁଁ ଥାନାକୁ ଯିିବି ବୋଲି କହୁଥିବା ଭିଡିଓରେ ଜଣାପଡୁଛି। ତେବେ ଦିନ ଦ୍ୱିପହରରେ ଏଭକି ଟଙ୍କା ମାଗିବା କାରବାର ହେଉଥିବା ବେଲେ କିଏ ଜଣେ ଏହା ମୋଇବାଲରେ ରେକର୍ଡିଂ କରି ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରିବାରେ ଲାଗିଛି।

ସମ୍ବନ୍ଧିତ ଖବର