ପୋଖରୀରେ ବୁଡ଼ି ହବିଷ୍ୟାଳୀଙ୍କ ମୃତ୍ୟୁ

ବାଲିଅନ୍ତା:ବାଳକାଟି ଫାଣ୍ଡି ଅଧୀନ ସ୍ବପ୍ନେଶ୍ବରଙ୍କ ନିକଟରେ ଥିବା ଚନ୍ଦନ ପୋଖରୀରେ ବୁଡ଼ି ଆଜି ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଯାଇଛି । ସେ ହେଲେ ସ୍ଥାନୀୟ ଦୋପଟି ସାହିର ଉମା ଶତପଥୀ (୯୦) । ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ଏନେଇ ଥାନାରେ ନଂ ୫୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ଉମା ହବିଷ ବ୍ରତ କରିଥିବା ବେଳେ ପ୍ରତିଦିନ ଭଳି ଆଜି ଭୋର ସମୟରେ ଚନ୍ଦନ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।

ହେଲେ ପାଣିରେ ଗୋଡ଼ି ଖସିଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଉମା ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ତାଙ୍କୁ ଫୋଖରୀରୁ ଖୋଜାଖୋଜି କରି ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଫାଣ୍ଡି ଫୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା ।

ସମ୍ବନ୍ଧିତ ଖବର