ଧର୍ମଶାଳା/ଚଢ଼େଇଧରା :ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଡଙ୍କାରି ପାହାଡ଼ରେ ଥିବା କଳାପଥର ଖାଦାନରେ ଆଜି ଅଚାନକ ଚଢ଼ଉ କରା ଯାଇଥିଲା। ଏଠାରେ ବେଆଇନ ଭାବେ କଳାପଥର ଖନନ ଓ ପରିବହନ ହେଉଥିବା ଖବର ପାଇ ଧର୍ମଶାଳା ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟ ସଦଳବଳ ଚଢ଼ଉ କରିଥିଲେ। ଏହି ସମୟରେ ଖାଦାନରେ ପଥର ଖନନ କରୁଥିବା ଏକ ହିଟାଚି(ପୋକଲିନ୍) ମେସିନ୍ ଓ କଳାପଥର ବୋଝେଇ କରୁଥିବା ହାଇୱାକୁ ଜବତ କରା ଯାଇଥିଲା। ଚାଳକଦ୍ବୟ ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିନଥିଲେ। ଜବତ ମେସିନ୍ ଓ ହାଇୱାକୁ ଚଢ଼େଇଧରା ଚେକ୍ ପୋଷ୍ଟ୍ ପୁଲିସ୍ ଜିମା ଦିଆଯାଇ ଦୁଇ ଚାଳକଙ୍କୁ ଅଟକ ରଖାଯାଇଛି। ସ୍ଥାନୀୟ ଡଙ୍କାରି ଆର୍ଆଇ ମନୋଜ କୁମାର ସାମଲ ଓ ଆରୁହା ଏଆର୍ଆଇ ଜଗବନ୍ଧୁ ଜେନା ଚଢ଼ଉରେ ସାମିଲ୍ ହୋଇଥିଲେ। ଅସାଧୁ କର୍ମଚାରୀଙ୍କ ନିକଟରୁ ଚଢ଼ଉ ସଂପର୍କରେ ପ୍ରାକ୍ ସୂଚନା ପାଇ କେତେକ ପଥର ମାଫିଆ ସେମାନଙ୍କ ଗାଡ଼ି ଓ କାର୍ଯ୍ୟରତ ଶ୍ରମିକଙ୍କୁ ଖାଦାନରୁ ହଠାଇ ନେଇଥିଲେ। ବେଆଇନ କଳାପଥର ଖନନ ଓ ଚୋରା ଚାଲାଣକୁ ରୋକିବା ପାଇଁ ଡଙ୍କାରି ପାହାଡ଼ରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରା ଯାଇଥିଲା। ପାହାଡ଼ ଚତୁଃପାର୍ଶ୍ବ ରାସ୍ତାକୁ ଖୋଳି ଦିଆଯାଇଛି। ମାଫିଆମାନେ ପ୍ରଶାସନର ଏହି କଟକଣାକୁ ଭ୍ରୂକ୍ଷେପ କରୁନାହାନ୍ତି। ୧୪୪ଧାରାକୁ ଅବମାନନା କରିବା ସହ ତହସିଲ ପକ୍ଷରୁ ଖୋଳା ଯାଇଥିବା ଖାଲକୁ ପୋତି କଳାପଥର ଚୋରାଚାଲାଣ କରୁଛନ୍ତି।
ହାଇୱା ଓ ହିଟାଚି ମେସିନ୍ ଜବତ; ୨ ଚାଳକ ଅଟକ
ଡଙ୍କାରି କଳାପଥର ଖାଦାନରେ ଚଢ଼ଉ
/sambad/media/post_attachments/wp-content/uploads/2020/12/WhatsApp-Image-2020-12-21-at-22.23.36.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)