ବରଗଡ଼: ପ୍ରସିଦ୍ଧ ଗୀତିକାର, କବି ଗୁଲ୍ଜାର୍ ଇତିମଧ୍ୟରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ତାଙ୍କରି ଲିଖିତ ଏକ ପୁସ୍ତକ ପଠାଇଛନ୍ତି। ଯେଉଁଥିରେ ପ୍ରଥମ ପୃଷ୍ଠାରେ ସେ ହଳଧର ନାଗଙ୍କୁ ସ୍ଥାନ ଦେଇଛନ୍ତି। ଅର୍ଥାତ ଗୁଲଜାର ନିଜ ଅନୁଦିତ ଓ ସଂପାଦିତ ପୁସ୍ତକ ‘ଏ ପଏମ୍ ଏ ଡେ’ ର ପ୍ରଥମ କବି ଭାବେ ହଳଧରଙ୍କ ଦୁଇଟି କବିତା ‘ପାଁଚ ଅମୃତ’ ଓ ‘ଚିଠି ଦେଉଛେଁରେ ହଳଧର’ ସ୍ଥାନୀତ କରିଛନ୍ତି। ବହିର ପ୍ରଥମ ପୃଷ୍ଠାରେ ନିଜ ହସ୍ତାକ୍ଷରରେ ସେ ଲେଖିଛନ୍ତି, ପ୍ରିୟ ହଳଧର ତୁମେ ହେଉଛ ମୋ’ ପୁସ୍ତକର ସର୍ଯ୍ୟୋଦୟ ଭଳି ।
ଏହି ବହି ସହିତ ଦେଇଥିବା ଏକ ଚିଠିରେ ସେ ହଲଧରଙ୍କୁ ଭେଟିବା ପାଇଁ ଉତ୍ସୁକ ଥିବା ଉଲ୍ଲେଖ କରିଛନ୍ତି। ବହିରେ ସମ୍ବଲପୁରୀ, ଓଡ଼ିଆ, ହିନ୍ଦୀ, ଇଂରାଜୀ ସମେତ ୩୪ଟି ଭାଷାର ବିଭିନ୍ନ କବିଙ୍କ କବିତା ଗୁଡ଼ିକ ନିଜେ ଗୁଲ୍ଜାର୍ ଅନୁବାଦ କରିଛନ୍ତି । ପୁସ୍ତକଟି ପାଇଁ ହଳଧର ନାଗ ଭାବବିହ୍ବଳ ହୋଇ ଗୁଲ୍ଜାର୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଗୁଲ୍ଜାର୍ ‘ମେଁ ତୁମ୍ହେ ଖତ୍ ଲିଖ୍ ରାହାହୁଁ ହଲ୍ଧର୍’ ଶୀର୍ଷକ ସଂକ୍ଷିପ୍ତ କବିତା ଗାନ କରିଥିଲେ। ଯାହା ୟୁ ଟ୍ୟୁବ୍ରେ କୋଟି କୋଟି ଲୋକ ଦେଖି ସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/ed3de4e8-7832-43ae-bed1-2ac7832fcc43.jpg)