ଭଞ୍ଜନଗର: ନବବଧୂଙ୍କ ଅର୍ଦ୍ଧଦଗ୍‌ଧ ମୃତଦେହ ଜବତ

ଭଞ୍ଜନଗର: ମାତ୍ର ୭ ମାସ ତଳେ ଆଖିରେ ଆଖିଏ ସ୍ୱପ୍ନ ନେଇ ଶଶୁଘରକୁ ଆସିଥିଲେ ଯୁବତୀ ଜଣକ। ହେଲେ ସାତ ମାସ ପୂରିଲା ନାହିଁ ତାଙ୍କ ଖୁସିକୁ। ଆଜି ଅତି ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇ ଶୁଶୁଘର ବାଡ଼ିପଟୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି ପୁଲିସ।

ମିଳିଥିବା ସୂଚନା ଅନୁଯାୟୀ, ବୁଗୁଡ଼ା ଥାନା ଅନ୍ତର୍ଗତ ଗୌଦିଆପଦା ଗାଁର ଭୀମ ନାହାକଙ୍କ ପୁଅଙ୍କୁ ପ୍ରାୟ ସାତ ମାସ ତଳେ ପୃଥୀ ନାହାକ ବିବାହ କରିଥିଲେ। ସ୍ୱାମୀ ବାହାରେ ରହୁଥିବା ବେଳେ ଘରେ ଶାଶୁଶ୍ୱଶୁରଙ୍କ ସହିତ ପୃଥୀ ରହୁଥିଲେ। ମାତ୍ର ଆଜି ସକାଳେ ପୃଥୀଙ୍କ ପରିବାର ଲୋକେ ପୃଥୀକୁ ହତ୍ୟା କରାଯାଇଥିବା ସମ୍ପର୍କରେ ବୁଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଗୌଦିଆପଦା ଗାଁକୁ ଯାଇ ପୃଥୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି। ପୃଥୀ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ବାପଘର ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର