ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ୧ଟା ସୁଦ୍ଧା ଅଧା ମତଦାନ

ବାରିପଦା: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେଉଛି। ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ବାରିପଦା, ସାରସକଣା, ବେତନଟୀ ଓ କପ୍ତିପଦା ବ୍ଲକର ଭୋଟରମାନେ ମତଦାନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ୧୨ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହୋଇଛି। ତେବେ ଦିନ ଗୋଟାଏ ସୁଦ୍ଧା ଅଧିକାଂଶ ବୁଥରେ ୫୦ ପ୍ରତିଶତ ମତଦାନ ହୋଇ ନ ଥିବା ଜଣାପଡ଼ିଛି।

ବିଶେଷ କରି ବେତନଟୀ ବ୍ଲକରେ ଏପରି ସ୍ଥିତି ଉପୁଜିଥିବା ବେଳେ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିଥିଲା। ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଏପରି ହୋଇଥିବା କୁହାଯାଇଥିଲା। ଯାହାକୁ ନେଇ ଭୋଟରମାନେ କ୍ଷୋଭ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର