ଅର୍ଦ୍ଧବାର୍ଷିକ ପରୀକ୍ଷା: ଆସିନି ପ୍ରଶ୍ନ ପତ୍ର, ହାତ ଲେଖା-ଜେରକ୍ସ-କଳାପଟାରେ ପ୍ରଶ୍ନ ଲେଖି କାମ ଚଳାଇଲେ ଶିକ୍ଷକ

ପ୍ରଶ୍ନ ପତ୍ର ଯୋଗେଇବାରେ ଗଣଶିକ୍ଷା ବିଭାଗ ବିଫଳ

ଘୁ.ଉଦୟଗିର: ସରକାର ଯେତେ ଯୋଜନା କଲେ ମଧ୍ୟ କୌଣସି ସରକାରୀ କାର୍ଯ୍ୟରେ ସଫଳତା ମିଳୁନି। ସବୁ କ୍ଷେତ୍ରରେ କେଂ ରହୁଛି। ସବୁଠି କିଛି ନା କିଛି ବ୍ୟତିକ୍ରମ ଦେଖାଦେଉଛି। ଆମ ସରକାର ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ବିଭିନ୍ନ ଯୋଜନା କରୁଛନ୍ତି। ପିଲାଙ୍କ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ପ୍ରୟାସ କରୁଛନ୍ତି। ଶିକ୍ଷାଦାନ ପଦ୍ଧତିରେ କିଭଳି ସୁଧାର ଆସିବ ତାର ବ୍ୟବସ୍ଥା କରୁଛନ୍ତି।

ଶିକ୍ଷା ବର୍ଷ ଆରମ୍ଭରୁ ଶିକ୍ଷାପ୍ରତି ଗୁରୁତ୍ୱ ଦିଆଯାଇଛି ହେଲେ ଆଜି ପିଲାଙ୍କ ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ବେଳକୁ ମହା ବିଭ୍ରାଟ ଦେଖା ଦେଇଛି। ପରୀକ୍ଷା ଆରମ୍ଭ ପୂର୍ବରୁ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ମାନେ ପ୍ରଶ୍ନପତ୍ର ଖୋଲିଲା ବେଳେ ପ୍ରଶ୍ନପତ୍ର ସଂଖ୍ୟା କମ ଅଛି ତ କେତେକ ବିଷୟରେ ପ୍ରଶ୍ନ ପତ୍ର ଆସିନି। ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ସଙ୍ଗେ ସଙ୍ଗେ ବଜାରକୁ ଦୌଡ଼ିଲେ ପ୍ରଶ୍ନ ପତ୍ର ଜେରକ୍ସ କରିବା ପାଇଁ। କେତେକ ବିଦ୍ୟାଳୟରେ ଜେରକ୍ସ ପ୍ରଶ୍ନପତ୍ର ପିଲାଙ୍କୁ ଦିଆଗଲା ଆଉ କେତେକ ବିଦ୍ୟାଳୟରେ ହାତରେ ପ୍ରଶ୍ନପତ୍ର ଲେଖି ଦିଆଗଲା ତ ଆଉ କୋଉଠି କଳାପଟାରେ ପ୍ରଶ୍ନ ଲେଖା ଗଲା। ଏଭଳି ଅବ୍ୟସ୍ଥାରେ ଆରମ୍ବ ହେଲା ଚଳିତ ବର୍ଷର ଅର୍ଦ୍ଧବାର୍ଷିକ ପରୀକ୍ଷା।

ନିଅଣ୍ଟିଆ ପ୍ରଶ୍ନପତ୍ର ଯୋଗୁଁ କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ଅଞ୍ଚଳରେ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଭୟ ଯୋଗୁଁ ଅସନ୍ତୋଷ ପଦାକୁ ଆସୁନି। ନିଆଣ୍ଟିଆ ପ୍ରଶ୍ନପତ୍ର ବିଷୟରେ ଆମେ କିଛି ବିଦ୍ୟାଳୟରେ ପହଂଚିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଏହି ବିଷୟରେ କିଛି କହିବାକୁ ନାରାଜ କାରଣ ଅଧିକାରୀଙ୍କ ଭୟ।

ସୂଚନା ଅନୁସାରେ ଆଜି ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ଦିନରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚିତ୍ରାଙ୍କନ ପରୀକ୍ଷା ଥିଲା। ହେଲେ ସବୁ ବିଦ୍ୟାଳୟରେ ପ୍ରଶ୍ନ ପତ୍ର ନିଅଣ୍ଟ। ୨୫ପିଲା ଥିବା ବିଦ୍ୟାଳୟରେ ମାତ୍ର ୪ଖଣ୍ଡ ପ୍ରଶ୍ନ ପହଁଚିଛି। ସେଇଭଳି ଷଷ୍ଠ ସପ୍ତମ ଶ୍ରେଣୀର ଇତିହାସ ଭୂଗୋଳ ଏବଂ ଅଷ୍ଟମ ଶ୍ରେଣୀରେ ଭୂଗୋଳ ଇତିହାସ ଥିଲା। ଏଥିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର