ବ୍ୟାସନଗର: ସରକାରଙ୍କ ବ୍ୟୁରୋ ଅଫ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ) ପକ୍ଷରୁ ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସହରରେ ଥିବା ସୁନା ଦୋକାନ ଯାଞ୍ଚ କରିଛନ୍ତି। ଚଢ଼ଉ ଖବର ପାଇ କିଛି ସୁନା ଦୋକାନୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଥିବା ଦେଖିବାକୁ ମିଳିଥିଲା। ସରକାରଙ୍କ ନିୟମ ଅନୁସାରେ ଦୋକାନର ଲାଇସେନ୍ସ, ଏଚୟୁଆଇଡି, ବିଆଇଏସ୍ ଲୋଗୋ, ସୁନାର ମାନ, ୨୨ କେ ୯୧ ସିକ୍ସ ହଲ ମାର୍କିଂ ସେୟାର ଲୋଗୋ, ଦୋକାନୀଙ୍କ ନିଜ ଲୋଗୋ, ଜେଏନ୍ଆଇକ୍ୟୁୟୁଇ ୫ରୁ ୬ ନମ୍ବର ବିଶିଷ୍ଟଲେଖା, ୧୪, ୧୬, ୧୮, ୨୨, ୨୪ କ୍ୟାରେଟ ସୁନା ଯାଞ୍ଚ କରିବା ସହ ପ୍ରତ୍ୟେକ ଦୋକାନ ଆଗରେ ହଲ ମାର୍କ ଲୋଗୋ ଲଗାଇବାକୁ ଏଚ୍ଏମ୍ ଅଧିକାରୀ ଅମିତ କୁମାର ନିର୍ଦେଶ ଦେଇଛନ୍ତି।
ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବାପରେ ସୁନାର ମାନ ନିର୍ଦ୍ଧାରଣ ପାଇଁ ସୁନାର ନମୁନା ନେଇଛନ୍ତି। ସହରରେ ୨୫ ଗୋଟି ସୁନା ଦୋକାନ ରହିଥିବାବେଳେ କେତେକ ଦୋକାନୀ ସଟର ପକାଇ ଦେଇଥିଲେ। ବନ୍ଦ କରିଦେଇଥିବା ଦୋକାନୀଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ହେବ ବୋଲି ଅଧିକାରୀ ଅମିତ କୁମାର ସୂଚନା ଦେଇଛନ୍ତି। ବର୍ଷରେ ଦୁଇଥର ଯାଞ୍ଚ କରାଯାଏ ବୋଲି କର୍ଣ୍ଣର ଜୁଏଲାରି ମାଲିକ ନରେଶ ରାଉତ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/36-9.jpg)