ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ପୀଡ଼ିତାର ଶିଶୁପୁତ୍ର ଜନ୍ମ ପରେ ଥାନାରେ ମାମଲା

ଅଭିଯୁକ୍ତ ଅଟକ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ପୁଲିସ୍‌ ଜଣେ ଯୁବକ ମଧୁ ବିଶ୍ୱାଳକୁ ଦୁଷ୍କର୍ମ ଅଭିଯୋଗରେ ଅଟକ ରଖିଛି। ବୁଧବାର ରାତି ୮ଟାରେ ପୀଡ଼ିତା ନାବାଳିକାର ବଡ଼ ଭଉଣୀଙ୍କ ଏତଲାକୁ ଭିତ୍ତି କରି ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିଯୋଗ ଅନୁସାରେ, ମଧୁ ନିଜ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ଏହାପରେ ସଂପୃକ୍ତ ନାବାଳିକା ଗର୍ଭବତୀ ହୋଇଥିଲେ ଏବଂ ସେ ସମ୍ବଲପୁର ସଦର ହସ୍ପିଟାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଘଟିଥିବା ଏହି ଘଟଣାକୁ ନେଇ ଯୁଯୁମୁରା ଥାନାରେ ବୁଧବାର ଏକ ଅଭିଯୋଗ କରାଯାଇଛି। ମାମଲା ତଦନ୍ତାଧୀନ ଥିବାରୁ ଏ ସଂପର୍କରେ ଅଧିକ ସୂଚନା ସ୍ପଷ୍ଟ ହୋଇପାରିନାହିଁ। ପୀଡ଼ିତା ନାବାଳିକା ଜଣେ ମୂକ ବଧିର ଭିନ୍ନକ୍ଷମ ଏବଂ ଆଦିବାସୀ ସଂପ୍ରଦାୟର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର