ଭବାନୀପାଟଣା: ଭବାନୀପାଟଣା ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ  ହଷ୍ଟେଲ ବାଥରୁମ୍‌ରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ମୃତ ଛାତ୍ରୀ ଜଣଙ୍କ ଥୁ.ରାମପୁର ରାମପୁର ବ୍ଳକ ଅନ୍ତର୍ଗତ ବିରିକୋଟ ଗାଁର ତୋଫାଲି ନାଏକ। ଛାତ୍ରୀ ଜଣଙ୍କ +୨ ପ୍ରଥମ ବର୍ଷ ପଢ଼ୁଥିଲେ।

Advertisment

ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏଥିସହ ହଷ୍ଟେଲରେ ରହୁଥିବା ମୃତକଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରୁଛି ।  

ଅଧିକ ସୂଚନା ପାଇଁ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।  ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ  ଖବର ଦିଆଯାଇଛି।

ଅଧିକ ପଢ଼ନ୍ତୁ: କଲୁଙ୍ଗା ରେଳ ଦୁର୍ଘଟଣା ବନ୍ଦ ଫାଟକ ପାରିହେବା ଘାତକ ହେଲା

ସୂଚନାଯୋଗ୍ୟ, ଗୁରୁବାର ସକାଳେ ଛାତ୍ରୀ ଜଣଙ୍କ ବାଥରୁମ୍‌ ଯାଇଥିଲେ। ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲେ। ଏନେଇ ସହପାଠୀମାନଙ୍କର ସନ୍ଦେହ ହୋଇଥିଲା।

କବାଟ ବାଡ଼େଇ ଛାତ୍ରୀଙ୍କୁ ଡାକିଥିଲେ। ହେଲେ ଛାତ୍ରୀର ଜଣଙ୍କ କବାଟ ଖୋଲି ନ ଥିଲେ। ଏନେଇ ସହପାଠୀମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି।

ଅଧିକ ପଢ଼ନ୍ତୁ: ପିକଅପ୍‌ ଭ୍ୟାନରେ ଗୋରୁ ଚାଲାଣ ମାମଲା: ୨ ଗିରଫ