ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ‘ହର୍ ହର୍ ଗଙ୍ଗେ ଘର୍ ଘର୍ ଗଙ୍ଗେ’ ଅଭିଯାନ ଆରମ୍ଭ ହୋଇଛି। ଗାୟତ୍ରୀ ପରିବାରର ଜିଲ୍ଲା ସମନ୍ୱୟ ସମିତି, ବାରିପଦା ଗାୟତ୍ରୀ ପରିବାର ଟ୍ରଷ୍ଟ କର୍ମକର୍ତ୍ତା ମାନେ ପ୍ରଥମ ଚରଣରେ ଚଳିତ ମାସ ୨୪ ଓ ୨୫ ତାରିଖରେ ୨୬ ଗୋଟି ବ୍ଳକର ୧୫ଶହ ପରିବାରରେ ପହଞ୍ଚାଇବାର ପ୍ରୟାସ କରିଛନ୍ତି। ଏକ ସ୍ବତନ୍ତ୍ର ରଥ ମାଧ୍ୟମରେ ଗଙ୍ଗା ମାତାଙ୍କୁ ଜିଲ୍ଲାରେ ଥିବା ବିଭିନ୍ନ ଶାଖାରେ ପହଞ୍ଚାଇବାରେ ସମର୍ଥ ହୋଇଛନ୍ତି।
ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଲକ୍ଷ ହେଉଛି ପରିବାର ଗୁଡ଼ିକର ନିର୍ମାଣ। ଏଭଳି ସଂସ୍କାରବାନ ପରିବାର ଯେଉଁଠି ଇଶ୍ୱରଙ୍କ ପ୍ରତି ଗଭୀର ଆସ୍ଥା ଥିବ, ଆଦର୍ଶ ରେ ଚାଲିବାର ନୈତିକତା ଥିବ, ପୀଡ଼ିତ ମାନବତାର ସେବା ନିମନ୍ତେ ହୃଦୟରେ ବ୍ୟାକୁଳତା ଥିବ ଓ ସମାଜ ରାଷ୍ଟ୍ରର ଉତ୍ଥାନର ଉତ୍ସାହ ଥିବ। ଆମ ସଂସ୍କୃତି ର ସୃଦୁଢ ଆଧାର ଗୋ, ଗଙ୍ଗା, ଗୀତା ଗାୟତ୍ରୀ ଓ ଗୁରୁଙ୍କ ପ୍ରତି ଜନ ଜନଙ୍କ ଆସ୍ଥାକୁ ପୋଷଣ ଦେବାକୁ ହେବ। ଗାୟତ୍ରୀ ମିଶନର ଏହି ଲକ୍ଷକୁ ପୂରଣ କରିବା ପାଇଁ ଗାୟତ୍ରୀ ପରିବାର ଟ୍ରଷ୍ଟ ବାରିପଦା ଏବଂ ଜିଲ୍ଲା ସମନ୍ୱୟ ସମିତି ପ୍ରୟାସରତ। ଏହି ବର୍ଷ ହରିଦ୍ଵାରରେ ମହାକୁମ୍ଭ ଅତି ବିଶିଷ୍ଟ ପରିସ୍ଥିତିରେ ଆୟୋଜିତ ହୋଇଛି। ଗୋଟିଏ ସ୍ଥାନରେ ୧୨ ବର୍ଷ ପରେ କୁମ୍ଭ ପର୍ବ ଆୟୋଜନ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏକ ସଂଯୋଗ ଘଟିଛି। ଦୈବ ଯୋଗରୁ କାଳ ଗଣନା ଓ ଗ୍ରହ ନକ୍ଷତ୍ର ମାନଙ୍କ ସ୍ଥିତି କିଛି ଏପରି ରହିଛି ଯେ ହରିଦ୍ଵାରରେ କୁମ୍ଭ ୧୧ ବର୍ଷ ପରେ ଏହି ବର୍ଷ ୨୦୨୧ ରେ ଆୟୋଜିତ ହୋଇଛି।
ଏ ବର୍ଷ କରୋନା ମହାମାରୀର ସମୟ ଚାଲୁଥିବାରୁ ବଡ ସମ୍ମିଳନୀ ଗୁଡିକ ଉପରେ ପ୍ରଶାସନର ପ୍ରତିବନ୍ଧକ ରହିଛି। ଏଣୁ ଅତ୍ୟନ୍ତ ସୀମିତ ସଂଖ୍ୟକ ଲୋକ ହଁ ପ୍ରତ୍ୟକ୍ଷ ଲାଭ ପାଇବେ। ଏହାକୁ ନଜରରେ ରଖି ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ସଂଚାଳକ ଗଣ (ଶାନ୍ତିକୁଞ୍ଜ ହରିଦ୍ଵାର) କୁମ୍ଭକୁ ଜନ ଜନଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି। ଶାନ୍ତିକୁଞ୍ଜର ସୁବର୍ଣ୍ଣ ଜୟନ୍ତୀ ବର୍ଷର ପ୍ରଥମ ଚରଣରେ ମକର ସଂକ୍ରାନ୍ତି ଦିନ ଗଙ୍ଗା ମାତାଙ୍କ ପୂଜନ ସହିତ କୁମ୍ଭକୁ ଆଣିବାର ବ୍ୟବସ୍ଥା କରିଛନ୍ତି। ଏବଂ ସାରା ରାଷ୍ଟ୍ରରେ ୧୦ ଲକ୍ଷ ପରିବାର ନିକଟରେ ପହଞ୍ଚାଇବା ବ୍ୟବସ୍ଥା କରିଛନ୍ତି। ଗତ ୧୯ ତାରିଖ ଦିନ ତିନି ଗୋଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ବାଲେଶ୍ବର ଠାରେ ଶାନ୍ତିକୁଞ୍ଜ ହରିଦ୍ଵାରରୁ ଆସିଥିବା ଗଙ୍ଗା ମାତାଙ୍କୁ ସ୍ବାଗତ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Gayatri-Pariwar.jpg)