ଖୋର୍ଦ୍ଧା/ ନିରାକାରପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଛଣଗିରି ରାସ୍ତାରେ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ସୂର୍ଯ୍ୟମଣି ଛୋଟରାୟ ଓରଫ ଚିଲୁ ଗୁରୁତର ଭାବେ ଆହତ ହୋଇଛି। ଚିଲୁର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଏହି ଏନକାଉଣ୍ଟର ସମୟରେ ଅନ୍ୟ ୨ ଜଣ ଅଭିଯୁକ୍ତ ଖସିଯିବାରେ ସକ୍ଷମ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ୧୦ଟାରୁ ୧୧ ସମୟ ଭିତରେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଚିଲୁ ନିଜର ଦୁଇଜଣ ସହଯୋଗୀଙ୍କ ସହିତ ମୋଟର ସାଇକେଲରେ ଆସୁଥିବା ବେଳେ ସେମାନଙ୍କୁ ନୟାଗଡ଼ ପୁଲିସ ପିଛା କରିଥିଲା। ଏ ନେଇ ନୟାଗଡ଼ ପୁଲିସ ପକ୍ଷରୁ ଖୋର୍ଦ୍ଧା ପୁଲିସକୁ ଅବଗତ କରାଯାଇଥିଲା। ଉଭୟ ପୁଲିସ ଏହି ୩ ଜଣ ଅଭିଯୁକ୍ତଙ୍କୁ ଅଟକାଇବା ପାଇଁ ଉଦ୍ୟମ କରୁଥିିବା ବେଳେ ସେମାନେ ପୁଲିିସକୁ ଚକ୍ମା ଦେଖାଇ ଖସିଯିବାକୁ ଚେଷ୍ଟା କରଥିଲେ। ଏହି ସମୟରେ ପୁଲିସ ଉପରକୁ ଅଭିଯୁକ୍ତମାନେ ଗୁଳି ଚଳାଇବାରୁ ପୁଲିସ ପାଲଟା ଗୁଳି ଚଳାଇଥିଲା। ଫଳରେ ଚିଲୁର ଡାହାଣ ଗୋଡ଼ରେ ଗୁଳି ବାଜିବାରୁ ସେ ବାଇକ୍ରୁ ଖସି ପଡ଼ିଲା। ଅନ୍ୟ ଦୁଇ ଅଭିଯୁକ୍ତ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ପୁଲିସ ଚିଲୁକୁ ନୟାଗଡ଼ର କୌଣସି ଏକ ଡାକ୍ତରଖାନାରେ ଭର୍ତ୍ତି କରିଛି।
ଖୋର୍ଦ୍ଧା: ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗୁରୁତର
/sambad/media/post_attachments/wp-content/uploads/2018/04/Police-Encounter_Khordha_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)