ବ୍ରହ୍ମପୁର: ଆଜି ଭୋରରୁ ବ୍ରହ୍ମପୁର ସଦର ଥାନା ପୁଲିସ ଏନ୍କାଉଣ୍ଟରରେ ବ୍ରହ୍ମପୁର ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ମୋହନ ରାଓ ଗୁରୁତର ଭାବେ ଆହତ ହୋଇଛି। ମୋହନଙ୍କ ଦୁଇଟି ଗେଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କ ଠାରୁ ଗୋଟିଏ ପଲସର ଗାଡ଼ି, ଗୋଟିଏ ପିସ୍ତଲ ଜବତ କରାଯାଇଛି। ଗୁରୁତର ମୋହନଙ୍କୁ ବ୍ରହ୍ମପୁରସ୍ଥିତି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/sambad/media/post_attachments/wp-content/uploads/2018/04/Police-Encounter_Berhampur_2.jpg)
ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ଗ୍ରାମର ମୋହନ ରାଓ ନାମରେ ଡକାୟତି, ହତ୍ୟା ଉଦ୍ୟମ , ଲୁଟ୍ ଭଳି ୧୭ଟି ମାମଲା ବିଭିନ୍ନ ଥାନାରେ ରହିଛି। ବିଭିନ୍ନ ସମୟରେ ମାଉଜର ଦଖାଇ ମୋହନ ଲୋକଙ୍କ ଠାରୁ ଦାଦାବଟି ଆଦାୟ କରିଥାଏ। ତେବେ ଆଜି ବଡ଼ି ଭୋରରେ ଅର୍ଥାତ ଭୋର ସାଢ଼େ ୪ଟା ସମୟରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ମୋହନ ଏକ ପଲସରରେ ଯାଉଥିବା ଦେଖି ତାକୁ ଅଟକାଇବାକୁ ଚେଷ୍ଟା କରିଥିଲ। ମାତ୍ର ମୋହନ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ମୋହନ ଗୁଳିର ପ୍ରତି ଜବାବ ଦେବାକୁ ଯାଇ ଇନସପେକ୍ଟର ଏସଏସ ମହାପାତ୍ର ଓ ସବ୍ ଇନସପେକ୍ଟର ସୂର୍ଯ୍ୟ ପାଢ଼ୀ ପାଲଟା ଗୁଳି ଚଳାଇବାରୁ ମୋହନର ଦୁଇଟି ଗୋଡ଼ରେ ଗୁଳି ବାଜିଥିଲା ଓ ସେ ସେଠାରେ ତଳେ ପଡ଼ି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Police-Encounter_Berhampur_Thumbnail.jpg)
