ପୁରୀ ଏସସିଏସ କଲେଜର ପ୍ରାକ୍ତନ ଉପାଧ୍ୟକ୍ଷ ଡକ୍ଟର ହରିହର ମିଶ୍ରଙ୍କ ଦେହାନ୍ତ

ପୁରୀ: ପ୍ରବୀଣ ଶିକ୍ଷବିତ ତଥା ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଉପାଧ୍ୟକ୍ଷ ଡକ୍ଟର ହରିହର ମିଶ୍ରଙ୍କ ଦେହାନ୍ତ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା l ସେ ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡିତ ହୋଇ ଗତ କିଛିଦିନ ଧରି ଅସୁସ୍ଥ ହୋଇପଡ଼ିଥିଲେ l

ଗତ ରାତିରେ ତାଙ୍କୁ ପୁରୀ ବଡ ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିବାବେଳେ ସେ ସେ ସେଠାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି l ତାଙ୍କ ଶେଷ ଇଛାମୁତାବକ ତାଙ୍କ ଗାଁ ପୁରୀ ବୀରନରସିଂହପୁରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି l

ତାଙ୍କ ପୁତ୍ର ଆଡ଼ଭୋକେଟ ସୁର୍ଯ୍ୟକାନ୍ତ ମିଶ୍ର ମୁଖାଗ୍ନି ଦେଇଥିଲେ l ସେ ପ୍ରାୟ ୩୫ ବର୍ଷ ଧରି ବିଭିନ୍ନ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି l ପ୍ରାୟ ୧୦ ବର୍ଷ ଧରି ସେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଉପାଧ୍ୟକ୍ଷ ଓ ୫ ବର୍ଷ ଧରି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରlର ଓ ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଛନ୍ତି l

ସମ୍ବନ୍ଧିତ ଖବର