ଅମ୍ବାଭୋନା: ଓଡ଼ିଶା ଓ ଛତିଶଗଡ଼ ସୀମାରେ ହୋଲି ଖେଳର ଅନନ୍ୟ ପରମ୍ପରା ହରିହରଭେଟ୍ ପ୍ରତିବର୍ଷ ଭଳି ଏଥର ମଧ୍ୟ ହର୍ଷଉଲ୍ଲାସରେ ପାଳିତ ହୋଇଯାଇଛି। ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ରୁଚିଦା ପଞ୍ଚାୟତ ବଡ଼ଧରା ଏବଂ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲ୍ଲା ସରିଆ ଥାନା ଅନ୍ତର୍ଗତ ବଡ଼େନୂଆଁପରା ଗାଁ ମଧ୍ୟରେ ଏହି ଅନୁଷ୍ଠିତ ହୋଇଥିଲା। ପ୍ରେମ ଓ ଭାଇଚାର ବାର୍ତ୍ତା ବହନ କରୁଥିବା ଏହି ପରମ୍ପରା ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
ରଙ୍ଗ ଓ ଅବିର ଲଗାଇ ପରସ୍ପରକୁ କୋଳାକୋଳି, ଜୁହାରଭେଟ ପରିବେଶକୁ ଆହୁରି ମୁଖରିତ କରିଥିଲା। ଛତିଶଗଡ଼ ରାଜ୍ୟରୁ ବୃଷଭ ବାହନ ସୁସଜ୍ଜିତ ରଥରେ ମହାଦେବ ହର ଓ ଓଡ଼ିଶା ରାଜ୍ୟରୁ ଗରୁଡ଼ ବାହନ ସୁସଜ୍ଜିତ ରଥରେ ବିଷ୍ଣୁ ଭଗବାନ ଏକାସଂଗେ ଘଣ୍ଟ ଶଙ୍ଖ, ମୃଦଙ୍ଗର ତାଳେ ତାଳେ ଭବ୍ୟ ଶୋଭାଯାତ୍ରାରେ ସୀମାନ୍ତବର୍ତ୍ତୀ ଦୌଳତଟିକ୍ରାକୁ ପହଞ୍ଚିଥିଲେ। ପଡ଼ୋଶୀ ରାଜ୍ୟ ବଡ଼େନୂଆଁପରା ଗାଁର ଗୌନ୍ତିଆ ଚିନ୍ତାମଣି ସାହା, ଘନଶ୍ୟାମ ସାହା, ଟେକରାମ ସାହା, ତୁଲାରାମ ସାହା, ଯାଦବଚନ୍ଦ୍ର ସାହା, ମନୋହର ସାହା, ପୁରନ୍ଦର ସାହା, ପ୍ରେମାନନ୍ଦ ସାହା, ପୁରୁଷୋତ୍ତମ ସାହା, ଡିଲେଶ୍ବର ସାହା ଏବଂ ଓଡ଼ିଶା ରାଜ୍ୟରୁ ବଡ଼ଧରା ଗ୍ରାମର ଗୌନ୍ତିଆ ଭିଖାରି ଚରଣ ପଧାନ, ଲଳିତ ମୋହନ ପଧାନ, ଅତିଥି ଚରଣ ପଧାନ, ଭୂତନାଥ ପଧାନ ଉତ୍ସବର ପରିଚାଳନା କାର୍ଯ୍ୟର ନେତୃତ୍ଵ ନେଇଥିଲେ।
ପ୍ରକାଶଥାଉ କି ସ୍ବାଧୀନତା ପୂର୍ବରୁ ୧୯୨୭ ମସିହାରେ ଛତିଶଗଡ଼ ରାଜ୍ୟର ବଡ଼େନୂଆଁପରା ଗାଁର ଜାଗେଶ୍ବର ସାହା ଓ ଓଡ଼ିଶା ରାଜ୍ୟ ବଡ଼ଧରା ଗାଁର ତ୍ରିଲୋଚନ ପଧାନଙ୍କ ବନ୍ଧୁତ୍ବ ସୁଦୃଢ଼ ରଖିବା ପାଇଁ ଉଭୟ ଗୌନ୍ତିଆ ମାନସିକ ରଖି ଦୌଳତଟିକ୍ରା ନାଳା ପାଖରେ ପ୍ରଥମ ଉଦ୍ୟୋକ୍ତା ଭାବେ ହରିହରଭେଟ୍ ଆୟୋଜନ କରିଥିଲେ ବୋଲି ପୁରୁଖା ଲୋକେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/70ce884b-8e61-4e69-8793-73b906343724.jpg)