ଧଣ୍ଡାମୁଣ୍ଡା: ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବଲାଙ୍ଗୀର ଜିଲ୍ଲା ହରିଶଙ୍କରରେ ପାଞ୍ଚ ଦିନ ଧରି ଚାଲିଥିବା ହରିଶଙ୍କର ମହୋତ୍ସବ ଓ ବୈଶାଖ ମେଳା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ମନ୍ଦିର ନିକଟ ପ୍ରଥମ ମଞ୍ଚରେ ବଲାଙ୍ଗୀରର ନଟରାଜ କଳା ପରିଷଦ ପକ୍ଷରୁ ଜଗନ୍ନାଥ ଭଜନ ଓ ରାମଲୀଳା ଅନୁଷ୍ଠିତ ହୋଇଥିଲା।

Advertisment

ଦେବୋତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୟାନନ୍ଦ ସେଠୀ, ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଖପ୍ରାଖୋଲ ଥାନା ଆଇଆଇସି ରମାକାନ୍ତ ସାହୁ, ଖପ୍ରାଖୋଲର ପୂର୍ବ ବିଡିଓ ରଶ୍ମି ରଞ୍ଜନ, ପାଟଣାଗଡ଼ ବ୍ଲକ୍‌ ଉପାଧ୍ୟକ୍ଷ ନୀଳାକାନ୍ତ ବାଗ, ବେଲପଡା ବିଡିଓ ଭିକ୍ଟର ସୋରେନ, ଖପ୍ରାଖୋଲ ବିଡିଓ ବିଜୟ ହୋତା, ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ, ବେଲପଡ଼ା ତହସିଲଦାର ପ୍ରଶାନ୍ତୀ ପଧାନ, ପଦ୍ମନାଭ ମହାରଣା, ଖପ୍ରାଖୋଲ ସିଡିପିଓ ସୁଜାତା ଦୋରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବଳଭଦ୍ର ଦାସ ମଞ୍ଚ ପରିଚାଳନା କରିଥିଲେ। ସେହିପରି ଦ୍ବିତୀୟ ମଞ୍ଚଳରେ ବଲାଙ୍ଗୀରର ଦୁଲଦୁଲି କଳା ପରିଷଦ, ଅର୍ଚ୍ଚନା ପାଢ଼ୀ ଓ ସାଥୀ ବିଭିନ୍ନ କାର୍ଯ୍ୟକମ ପରିବେଷଣ କରିଥିଲେ। ଏହା ସହ ଦଣ୍ଡନୃତ୍ୟ ପରିବେଷଣ କରାଯାଇଥିଲା। ମହୋତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଛତିଶଗଡ଼ରୁ ବହୁ ଲୋକଙ୍କ ସମାଗମ ହୋଇଥିଲା।