ନାବାଳକର ମୃତ୍ୟୁ ନେଇ ହାତିବାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା; ଡାକ୍ତରଙ୍କ ବଦଳି ସହ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ନୂଆଗାଁ: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ହାତିବାରି ଥାନା ଅନ୍ତର୍ଗତ ପୁରୁଣାପାଣି ନିକଟସ୍ଥ ଟିସ୍କୋ ବଖଦା ନିକଟରେ ଚିପ୍‌ସ୍‌ ଗୁଣ୍ଡ ଅତଡ଼ା ଖସି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ ନାବାଳକ ନାମ ସଦାନନ୍ଦ ସୁରିନ୍‌ (୧୭) ଓ ଗୁରୁତର ଶ୍ରମିକଙ୍କ ନାମ ଅରବିନ୍ଦ ଲୁପୁନ୍‌ (୨୨) ବୋଲି ଜଣାପଡ଼ିଛି।

ଚିପ୍‌ସ୍‌ ଗୁଣ୍ଡ ଅତଡ଼ା ଖସି ଗୁରୁତର ହୋଇଥିବା ନାବାଳକ ସଦାନନ୍ଦ ସୁରିନ୍‌ ଓ ଶ୍ରମିକ ଅରବିନ୍ଦ ଲୁପୁନଙ୍କୁ ପ୍ରଥମେ ହାତିବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ, ଉଚିତ ସମୟରେ ନାବାଳକଙ୍କୁ ଚିକିତ୍ସା ନମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ମୃତ ନାବାଳକର ପରିବାରଲୋକେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗଣ୍ଡଗୋଳ କରିଥିଲେ। ଏହି ଉତ୍ତେଜନା ସମ୍ପର୍କରେ ଖବର ପାଇ ୨ଘଣ୍ଟା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ବସନ୍ତ ଆନସେଲାନ୍‌ ଲୁପୁନ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକ ଡାକ୍ତରଙ୍କୁ ଦେଖି ସେଠାରେ ତାଙ୍କୁ ଘେରି ଯାଇଥିଲେ। ୧୦ଲକ୍ଷ ଟଙ୍କା କ୍ଷତି ପୂରଣ ସହ ଡାକ୍ତରଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ତୁରନ୍ତ ବଦଳି ଦାବି କରିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା।

ସମ୍ବନ୍ଧିତ ଖବର