ରସିକ ହାବିଲଦାର, ଗାଁ ଲୋକେ ଅଟକ ରଖି ଥାନାରେ ଜିମା ଦେଲେ

ଭଦ୍ରକ :  ଭଣ୍ଡାରି ପୋଖରୀ ଥାନାର ଜଣେ ହାବିଲଦାର ଖଡିଶିଙ୍ଗା ଗ୍ରାମର ଜଣେ ମହିଳାଙ୍କୁ ହାବିଲଦାର  ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ହରମୋହନ ନାୟକ ନାମକ ଏହି ହାବିଲଦାର ଗତକାଲି ରାତିରେ ଉକ୍ତ ମହିଳାଙ୍କୁ ଫୋନ ଯୋଗେ ବିଭିନ୍ନ ଆଳ ଦେଖାଇ ତାଙ୍କ ସହ କଥା ହବା ପାଇଁ ଚାହିଁଥିଲେ । ଆଜି ସକାଳେ ତାଙ୍କ ଘରକୁ ଯାଇ ପ୍ରଥମେ ତାଙ୍କ ହାତକୁ ଦେଖିଥିଲେ ଏବଂ ତାଙ୍କ ଭାଗ୍ୟ ବଦଳି ଗଲା ବୋଲି କହିଥିଲେ । କେବଳ ଏତିକି ନୁହେଁ, ନିଜର ସବୁ ଦରମା ତାଙ୍କୁ ଦେବାସହ ତାଙ୍କୁ ପାର୍କ ନେବା ପାଇଁ କହିଥିଲେ । ଏପରି ବ୍ୟବହାର କରିବା ଦେଖି ସେହି ମହିଳା ଜଣକ ଗ୍ରାମର ଲୋକମାନଙ୍କୁ ଡାକିଥିଲେ । ଖବରପାଇ ଭଣ୍ଡାରି ପୋଖରୀ ପୁଲିସ ତାଙ୍କୁ ଘଟଣା ସ୍ଥାନରୁ ଆଣି ଥାନାରେ ଅଟକ ରଖିଛନ୍ତି । ଏ ନେଇ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର