ସମ୍ଭାବ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା; ସତର୍କ ରହିବା ସହିତ ସମସ୍ତ ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ବାରିପଦା: ଭାରତ ପାଣିପାଗ ବିଭାଗ ପ୍ରାକ ସୂଚିତ ସତର୍କ ସୂଚନା ଅନୁଯାୟୀନୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସତର୍କ ସୂଚନା ପ୍ରଦାନ କରା ଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଆଜି ଗୁଗୁଲ ମିଟ ଜରିଆରେ ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ବିଡିଓ ଏବଂ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ବୈଠକରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଭାରତୀୟ ପାଣିପାଗ ବିଭାଗର ପୂର୍ବ ସୂଚନା ଅନୁଯାୟୀ ଚଳିତ ଜୁନ ୧୧ ତାରିଖରୁ ୧୪ ତାରିଖ ଯାଏ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିିରେ ରଖି ବିପର୍ଯ୍ୟୟ ପରିଚାଳନା ନିୟମ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଆନୁସଙ୍ଗିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପୂର୍ବକ ସଜାଗ ରହି ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ନଦୀ ଉପକୂଳ ତଳିଆ ଗ୍ରାମ / ସହରାଂଚଳ ବସ୍ତି ଅଂଚଳ ଏବଂ ଝାଟିମାଟି କଚ୍ଚା ଘର ଥିବା ପରିବାର ମାନଙ୍କୁ ନିରାପଦ ସ୍ଥାନ ବହୁମୂଖି ବନ୍ୟା / ବାତ୍ୟା ଆଶ୍ରୟ ସ୍ଥଳ ଏବଂ ସରକାରୀ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ର ଗୃହ ଆଦି ନିକଟସ୍ଥ ନିରାପଦ ସ୍ଥାନ ମାନଙ୍କୁ ଜରୁରୀ କାଳୀନ ଭିିରେ ସ୍ଥାନାନ୍ତରଣ କରାଯିବା ଦିଗରେ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ତହସିଲଦାର / ବିଡ଼ିଓ ମାନଙ୍କ ଦ୍ୱାରା ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଦିଗରେ ଜିଲ୍ଲାରେ ଥିବା ଦଶଟି ବାତ୍ୟା ଆଶ୍ରୟସ୍ଥଳ ଏବଂ ନିକଟସ୍ଥ ସରକାରୀ ବିଦ୍ୟାଳୟ ଗୃହ, ଅଙ୍ଗନୱାଡି କେନ୍ଦ୍ର ଗୃହ ଗୁଡିକ ପ୍ରସ୍ତୁତି ରଖିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ, ଚୂଡା, ଚିନି, ଗୁଡ ଓ ରନ୍ଧା ଖାଦ୍ୟ ଆଦି ଯୋଗାଇ ଦେବାର ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଜେନେଟର ଆଲୋକ ବ୍ୟବସ୍ଥା, ପରିମଳ/ ଶୌଚାଳୟ ଆଦି ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବା ପାଇଁ ସମସ୍ଥ ବିଡିିଓ / ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲ୍ଲା ଜରୁରୀ କାଳୀନ ବିପର୍ଯ୍ୟୟ ପରିଚାଳନା ନିୟମ ଅନୁଯାୟୀ ବନ୍ୟା ପ୍ରବାବିତ ଅଂଚଳରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ପାଇଁ ଓଡ୍ରାଫଟ୍‌, ଅଗ୍ନିଶ୍ରମ ବିଭାଗ / ପୋଲିସ ବିଭାଗ / ପ୍ରାଣୀ ସମ୍ପଦ ବିଭାଗ / କୃଷି ବିଭାଗ ଏବଂ ସଂପୃକ୍ତ ବିଭାଗ ଅଧିକାରୀ ଓ କର୍ମଚାରୀ/ ପିଆରଆଇ ମେମ୍ବର, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନଙ୍କ ମିଳିତ ସହଯୋଗରେ ରିଲିଫ / ଉଦ୍ଧାର ଆଦି କାର୍ଯ୍ୟକ୍ରମ ତ୍ୱରାନ୍ୱୀତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରଭାବିତ ହେବାକୁ ଥିବା ଅଂଚଳର ଲୋକମାନଙ୍କୁ କୋଭିଡ ମାର୍ଗଦର୍ଶିକା ଅନୁପାଳନ ପ୍ରତି ଧ୍ୟାନ ଦେଇ ସ୍ଥାନାନ୍ତରଣ ଓ ରହଣୀ ବ୍ୟବସ୍ଥା ପରିଚାଳନା ନେଇ ଗୁରୁତ୍ୱାରୋପ କରାଯାଇଛି।

ସମ୍ବାବ୍ୟ ବର୍ଷା ଓ ବନ୍ୟା ଜନିତ ଜରୁରୀ ଯୋଗାଯୋଗ ପାଇଁ ତହସିଲ / ବ୍ଲକ/ ଉପଖଣ୍ଡ / ଜିଲ୍ଲା ଜରୁରୀ ପରିଚାଳନା କେନ୍ଦ୍ରରେ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ଦୈନ୍ୟନ୍ଦିନର ବୃଷ୍ଟିପାତ ପରିମାଣର ସ୍ଥିତି, ନଦୀର ବନ୍ୟା ଜଳସ୍ତର ସ୍ଥିତି ଏବଂ ପ୍ରଭାବିତ ବନ୍ୟାଂଚଳ ସ୍ଥିତି ଆଦି ସମ୍ପର୍କିତ ଜରୁରୀ ତଥ୍ୟ ତ୍ୱରିତ ଜଣାଇବା ନିମନ୍ତେ ପରାମର୍ଶ ଦିଆଯାଇଛି। ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରକାଶ ଚନ୍ଦ୍ର ବେହେରା, ଜିଲ୍ଲା ଜରୁରୀ ଅଧିକାରୀ ଡେପୁଟୀ କଲେକ୍ଟର ସୁଜୟ କୁମାର ପତି, ଡିଆରଡିଏ ପିଡି ଭବେଶ କୁମାର ନାୟକ, ଏପିଡି, ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ/ ତହସିଲଦାର / ବିଡିଓ, ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗ ପଦାଧିକାରୀ ଉପସ୍ଥିତ ରହି ଆଲୋଚନରେ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର