ଚଣ୍ଡିଖୋଲ : ଧାନମଣ୍ଡଳ ଫାଣ୍ଡି ହାଜତ ମୃତ୍ୟୁ ଘଟଣାରେ ଆଜି ତଦନ୍ତ ଆରମ୍ଭ ହୋଇଛି। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଡିଏସପି ପ୍ରମୋଦ କୁମାର ମଲ୍ଲିକ ଆଜି ପ୍ରଥମେ ବଡ଼ଚଣା ଥାନାକୁ ଆସି ଘଟଣା ସମ୍ପର୍କରେ ଥାନାଧିକାରୀଙ୍କୁ ପଚରାଉଚରା କରିଥିଲେ। ପରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଧାନମଣ୍ଡଳ ଫାଣ୍ଡିକୁ ଯାଇ ସେଠାରେ ଥିବା ହାଜତ ଗୃହ ଓ ପରିପାର୍ଶ୍ବିକ ଅବସ୍ଥା ବୁଲି ଦେଖିଥିଲେ। ହାଜତ ମୃତ୍ୟୁର ଶିକାର ହୋଇଥିବା ମାହାଙ୍ଗା ଥାନା ସିନ୍ଧୁପୁର ଗ୍ରାମର ଈଶ୍ୱର ସେଠୀ ହାଜତରେ କିଭଳି ଆତ୍ମହତ୍ୟା କଲେ ସେନେଇ ଡିଏସ୍ପି ଅନୁଧ୍ୟାନ କରିଥିଲେ।
ସୂଚନାଯୋଗ୍ୟ ଯେ ଏହି ଘଟଣାରେ ବଡ଼ଚଣା ଥାନାଧିକାରୀ ସୁଶୀଲ କୁମାର ନାୟକଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଘଟଣା ଦିନ ଧାନମଣ୍ଡଳ ଫାଣ୍ଡିରେ ସେଣ୍ଟ୍ରି ଥିବା ଦେବ ନାରାୟଣ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp