ଢେଙ୍କାନାଳ: ଦୁଇ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍‌କା, ୨ ମୃତ, ୨ ଗୁରୁତର

ଢେଙ୍କାନାଳ: ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ୫୫ ନମ୍ବର ବଳଦିଆବନ୍ଧ ନିକଟରେ ଦୁଇ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ପୁଲିସ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।
ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ରାତି ପ୍ରାୟ ୨ଟା ବେଳେ ସମ୍ବଲପୁରର କଟକ ଅଭିମୁଖେ ଆସୁଥିବାଏକ କିରୋସିନି ବୋଝେଇ ଟ୍ୟାଙ୍କର ସହିତ ଅନ୍ୟ ଏକ ମାଲ ବୋଝେଇ ଟ୍ୟାଙ୍କରର ୫୫ ନମ୍ବର ଜାତୀୟ ରାଜପଥର ବଳଦିଆବନ୍ଧ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା।ଏହି ଦୁର୍ଘଟଣା ଏତେ ଯୋରରେ ହୋଇଥିଲା ଯେ ଉଭୟ ଟ୍ୟାଙ୍କରର ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚ ଗାଡ଼ି କାଟି ଡ୍ରାଇଭର ଦୁଇଜଣଙ୍କୁ ଓ ହେଲ୍ପରଙ୍କୁ ଗାଡ଼ିରୁ କାଢ଼ିଲା ବେଳକୁ ଡ୍ରାଇଭର ଦୁଇଜଣଙ୍କର ମୃତ୍ୟୁ ଘଟି ସାରିଥିଲା। ପୁଲିସ ଆହତ ହେଲପରମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ସମ୍ବନ୍ଧିତ ଖବର