କ. ନୂଆଗାଁ: କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନାର କୁଡୁତୁଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନିତା ପ୍ରଧାନଙ୍କୁ ନର୍ଯାତନା ଦେବା ଘଟଣାରେ ଗୁରୁବାର ପୁଲିସ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଘଟଣାରୁ ଜଣାପଡ଼ିଛି ଯେ, ଗତ ଅଗଷ୍ଟ ୨୫ରେ ଶିକ୍ଷୟିତ୍ରୀଙ୍କ ଅଭିଯୋଗ କ୍ରମେ ପୁଲିସ ପ୍ରଧାନଶିକ୍ଷକ ଓ ସହାୟକ ଶିକ୍ଷକ ସୁଶାନ୍ତ ବଳିଆର ସିଂହଙ୍କ ବିରୋଧରେ ନିର୍ଯାତନା ମାମଲା ରୁଜୁ କରିଥିଲା। ଥାନା ଅଧିକାରୀ ଶ୍ରୀନିବାସ ସାମଲ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ କୁଇ ସମାଜ ଗତ ୧୨ ତାରିଖରେ କ. ନୂଆଗଁ ଥାନାରେ ଦାବି କରିଥିଲେ। ଆଜି ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାରଣା କାରରେ ଫୁଲବାଣୀ ଯିବା ସମୟରେ କୌଣସି ସୂତ୍ରରୁ ସୂଚନା ପାଇ ଥାନା ଅଧିକାରୀ ସାରଙ୍ଗଗଡ଼ ଛକ ନିକଟରୁ ତାଙ୍କୁ ଗିରଫ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/kandhmal.jpg)