ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରଗାଁ ପ୍ରଧାନ ଶିକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ

ନବରଙ୍ଗପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ବୋରଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଭିଜିଲାନ୍ସ ବିଭାଗର ଅଧିକାରୀମାନେ ରଞ୍ଜିତଙ୍କ ୨ କୋଟି ୬୦ ଲକ୍ଷ ୬୮ ହଜାର ଟଙ୍କାର ସମ୍ପତ୍ତି ଠାବ କରିଛନ୍ତି। ରଞ୍ଜିତ ଓ ତାଙ୍କ ପରିବାର ଲୋକଙ୍କର ନାଁରେ ୭୦.୪୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ୨୦.୩୧ ଲକ୍ଷ ଟଙ୍କାର ବୀମା ରହିଥିବା ଜଣାପଡ଼ିଛି।

ପ୍ରଧାନ ଶିକ୍ଷକ ରଂଜିତ କୁମାର ପାଣିଗ୍ରାହୀଙ୍କୁ ଗିରଫ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତକାଲି କୋରାପୁଟ ଭିଜିଲାନସର ୫ ଗୋଟି ଟିମ ପକ୍ଷରୁ ଏକକାଳିନ ଚଢ଼ାଉ କରାଯାଇ ପ୍ରଧାନ ଶିକ୍ଷକ ରଂଜିତ ପାଣିଗ୍ରାହୀଙ୍କ ଗୋଟିଏ ୩ ମହଲା ବିଶିଷ୍ଟ କୋଠା, ଦୁଇଟି ୨ ମହଲା ବିଶିଷ୍ଟ କୋଠା, ରାଇଘର ଓ ବ୍ରହ୍ମପୁରରେ ୬ଟି ପ୍ଲଟ, ଦୁଇଟି ୪ ଚକିଆ ଯାନ, ଦୁଇଟି ୨ ଚକିଆ ଯାନ, ବିଭିନ୍ନ ବ୍ୟାଙ୍କରେ ଜମା ରାଶି ୭୦.୪୬ ଲକ୍ଷ, ୨୦.୩୧ ଲକ୍ଷ ଟଙ୍କାର ବୀମା ପଲିସି ଓ ୬ ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଓ ରୂପା ଅଳଙ୍କାର ଆଦି ୨ କୋଟି ୬୦ ଲକ୍ଷ ୬୭ ହଜାର ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା।

ସମ୍ବନ୍ଧିତ ଖବର