ଭଦ୍ରକ: ଭଦ୍ରକ ଜିଲ୍ଲା ବଣିଆ ହାଇସ୍କୁଲର ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ମଲ୍ଲିକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଭଦ୍ରକ ଜିଲ୍ଳାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ରିପୋର୍ଟ ମୂଳେ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦେଶକ ସୁଶାନ୍ତ କୁମାର ଦାସ ଶ୍ରୀ ମଲ୍ଲିକଙ୍କୁ ଦୁର୍ନୀତି ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ରାଜ୍ୟ ସରକାରଙ୍କ ସୁନ ସହନଶୀଳତାକୁ କାର୍ଯ୍ୟକାରୀ କରିବାକୁ ଯାଇ ଶିକ୍ଷକଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ନିଲମ୍ବିତ ପ୍ରଧାନଶିକ୍ଷକ ଆରସା ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ବିରୁଦ୍ଧରେ ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ଏବଂ ହେରାଫେରି ଅଭିଯୋଗ ହୋଇଥିଲା।
ଦୁର୍ନୀତି ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ପ୍ରଧାନଶିକ୍ଷକ ନିଲମ୍ବିତ
/sambad/media/post_attachments/wp-content/uploads/2022/12/4d70564a-981f-4adf-9626-79b54c2f30f8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)