ଜୟପୁର: ଜୟପୁର ଉପଖଣ୍ଡ କାରାଗାର ପରିସରରେ ଜିଲ୍ଲା ମୁଖ୍ୟ ଚିକି୍ତ୍ସାଳୟ ପକ୍ଷରୁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉପଖଣ୍ଡ କାରାଗାର ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏହି ଶିବିର ଆୟୋଜନ କରିବାକୁ ଅନୁରୋଧ କରାଯାଇଥିଲା।
ଏଥିରେ ୧୩୦ଜଣ ଅନ୍ତେବାସୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବିତରଣ କରାଯାଇଥିଲା। ଏଥିରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ.ଅରୁଣ କୁମାର ପାଢ଼ୀ, ଡ.ନିରଂଜନ ପାତ୍ର, ଡ.ତଥାଗତ ରଥ, ଡ.ବ୍ରହ୍ମାନନ୍ଦମ୍, ଫାର୍ମାଶିଷ୍ଟ ବାଳକୃଷ୍ଣ ଶତପଥୀ, ଏ.ରାମା ରାଓ, ମାମିନା ଦେବୀ ମହାନ୍ତି ପ୍ରମୁଖ ଯୋଗ ଦେଇ ଶିବିରକୁ ପରିଚାଳନା କରିଥିଲେ। ଶିବିରକୁ ଉପଖଣ୍ଡ କାରାଗାରର ଅଧିକ୍ଷକ ଲଲିତେନ୍ଦୁ ଭୁଷଣ ଦାଶ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/jpr-jail-health-chekup-camp-2.jpg)