ଖୋର୍ଦ୍ଧା ଜିଲ୍ଲା ମାନସିକ ସ୍ବାସ୍ଥ୍ୟ ଯୋଜନା ପକ୍ଷରୁ ଜାମୁଝରିରେ ସ୍ବାସ୍ଥ୍ୟ ଶିବିର

ଖୋର୍ଦ୍ଧା: ଜିଲ୍ଲା ମାନସିକ ସ୍ବାସ୍ଥ୍ୟ ଯୋଜନା (ବିଏମ୍‌ଏଚ୍‌ପି) ପକ୍ଷରୁ ସୋମବାର ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମରେ ମାନସିକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ସ୍ବାସ୍ଥ୍ୟ ଶିବିରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ବିଶେଷଜ୍ଞ ଡଃ. ଆଲୋକ ଜ୍ୟୋତି ସାହୁ ସହ ଆଇସିଟିସି ଓ ପାଥୋଲୋଜି ବିଭାଗର ମଧୁସ୍ମିତା ପରିଡ଼ା, ଶ୍ରୀଧର ମହାନ୍ତି, ସମ୍ବିତ କୁମାର ମହାପାତ୍ର, ଅଜିତ ବିକ୍ରମ ପ୍ରଧାନ, ରଶ୍ମିତା ହୋତା ପ୍ରମୁଖ ଯୋଗ ଦେଇଥିଲେ। ଶିବିରରେ ରକ୍ତ ପରୀକ୍ଷା, ସହ ଏଫ୍‌ବିଏସ୍‌, ହେପାଟାଇଟିସ୍‌-ବି ଓ ସି, ଭିଡିଆର୍‌ଏଲ୍‌, ଏଚ୍‌ଆଇଭି ୧ ଓ ୨ ଆଦି ପରୀକ୍ଷଣ ହୋଇଥିଲା।

ଏହାସହ ମୁକ୍ତାକାଶ ଆଶ୍ରମର ଅନ୍ତେବାସୀଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟର ପରୀକ୍ଷଣ କରାଯାଇ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମୁକ୍ତାକାଶ ଆଶ୍ରମର ନିରୀକ୍ଷକ ସମୀର କୁମାର ସାହୁ, ଜେଲ୍‌ର ଅଶୋକ କୁମାର ବେହେରା ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ମେଡିକାଲ ଅଧିକାରୀ ଡଃ. ସୌମ୍ୟାଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର