ବିନିକା: ସୋନପୁର ଜିଲ୍ଲା ବିନିକା ସହର ବିନିକା ବସଷ୍ଟାଣ୍ଡ ସମ୍ମୁଖ ଲକ୍ଷ୍ମୀ ମେଡ଼ିକାଲ ପରିସରରେ ଆଜି ଦିନ ୧୧ ଘଣ୍ଟା ସମୟରେ ଅଭିଜିତ ପୂଜାହାରୀ ରାଜ୍ୟସ୍ତରୀୟ ସ୍ମୃତି କମିଟି ସଭାପତି ପ୍ରିୟରଞ୍ଜନ ହୋତାଙ୍କ ତତ୍ବାବଧାନରେ ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ଉଦଘାଟିତ ହୋଇଯାଇଛି। ଏହାକୁ ବିନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇ ଓ ବିନିକା ବ୍ଳକ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ ଉଦଘାଟନ କରିଥିଲେ। ପରେ ଯୁବ ଅଭିନେତା, କଳାକ‌ାର, ସଙ୍ଗୀତଜ୍ଞ, ବାଦ୍ୟକାର ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାସହ ଆତ୍ମାର ସଗତି ପାଇଁ ପ୍ରାର୍ଥନା କରିଥିଲେ। ଅଭିଜିତ ପୂଜାହାରୀ ରାଜ୍ୟ ସ୍ମୃତି କମିଟି, ବିନିକା ଅନୁରୋଧ ରକ୍ଷାକରି ବିନିକା ମାଟିର ସୁଯୋଗ୍ୟ ସନ୍ତାନ ପ୍ରସିଦ୍ଧ ଭିମସର ବୁର୍ଲ୍ଲା ସ୍ତ୍ରୀ ଓ ପ୍ରଶୃତି ବିଭାଗ ପ୍ରଫେସର ଡ଼ଃ. ବେଣୁଧର ପାଣ୍ଡେ ବିନିକା ଅଞ୍ଚଳର ଅନେକ ମହିଲାଙ୍କୁ ବିନା ମୂଲ୍ୟରେ ସେବା ଯୋଗାଇ ଦେଇଛନ୍ତି। ଏହାସହ ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ୧୧ଟା ସମୟରୁ ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟରେ ପ୍ରଫେସର ଡ଼ଃ. ପାଣ୍ଡେ ଉପସ୍ତିତ ରହି ମହିଳାମାନଙ୍କୁ ସେବା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଏହାସହ ଦୀର୍ଘ ୯ ବର୍ଷରୁ ଊର୍ଦ୍ଧ୍ବ ହେବ ବିନିକା ବ୍ଳକ ମହାଦେବପାଲି ପଞ୍ଚାୟତ ତାଙ୍କ ନିଜ ବାସଭବନରେ ସଂସାମୁରା ମାଗଣା ସେବା ଯୋଗାଇ ଆସୁଛନ୍ତି। ବିନିକା ଅଞ୍ଚଳରେ ସ୍ବାସ୍ଥ୍ୟସେବା ବହୁତ ନୈରାଶ୍ୟ ଜନକ ଥିବାରୁ କ୍ବାକ ଭରସାରେ ରୋଗୀ ସେବା ହୋଇଥାଏ। ତେଣୁ ନୂଆ ଚିକିତ୍ସାଳୟ ଉଦ୍‌ଘାଟିତ ହେବା ପରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟନାରାୟଣ ସାହୁ, ଦିଲ୍ଲୀପ ସୁବୁଦ୍ଧି, ଅଶ୍ବିନି ସୁବୁଦ୍ଧି, ବିନୋଦ ବିହାରୀ ନାଏକ, ଗଜେନ୍ଦ୍ର ମିଶ୍ର, ଗରିବ ସାଲମା, ପ୍ରତାପ ଚନ୍ଦ, ମନୋଜ ସାହୁ, ଅନ୍ତରାମ ଷାଣ୍ଢ, ଧୁବଲେ ନାଏକ, ମଧୁସୂଦନ ଖେତି, ଶ୍ରୀକାନ୍ତ ସାହୁ, କାହ୍ନୁ କର୍ଣ୍ଣ, ଭକ୍ତବନ୍ଧୁ ଦାସ, ଭଜନ ନାଏକ, ଦିପାନ୍ମିତା ମାହାଣା, ସୁବର୍ଣ୍ଣ ପଣ୍ଡା, ହରସିତ ପତି, ଗୋବିନ୍ଦ ମହାଣା, ଗର୍ନ୍ଧବ ମାହାର, ଦିଲ୍ଲୀପ କୁମାର ସାହୁ, ସୂର୍ଯ୍ୟ ସାହୁ, ଅଶୋକ ପାଣ୍ଡେ, ଓମ ପ୍ରକାଶ ଅଗ୍ରୱାଲ, ଅର୍ଜ୍ଜନ ସାହୁ, ବିକଳ ମଲ୍ଲିକ, ସୃତି କମିଟି ଉପସଭାପତି ସମ୍ବିତ ନେପାକ, କୋଷାଧକ୍ଷ ଅର୍ଚ୍ଚନା ପୂଜାହାରୀ, ସିତାରାମ ଦାଶ, ଚୈତନ ବେ‌ହେରା, ବିରବଳ ପୁରୋହିତ, ସମେତ ଅଭିଜିତ ପୂଜାହାରୀ ରାଜ୍ୟସ୍ତରୀୟ ସ୍ମୃତି କମିଟି ସଦସ୍ୟ ସଦସ୍ୟା ଥତା ବିନିକା ଅଞ୍ଚଳର ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ତିଥିଲେ