ଝାରସୁଗୁଡ଼ା ଜିଲ୍ଲା ସ୍ବାସ୍ଥ୍ୟସେବା ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଜୁନ୍‌ ୧୫ ସୁଦ୍ଧା ବନ୍ଧବାହାଲ କୋଭିଡ୍‌ ହସପିଟାଲ ଆରମ୍ଭ 

 

ଝାରସୁଗୁଡ଼ା : ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଝାରସୁଗୁଡ଼ା ଜିଲ୍ଲାର କୋଭିଡ୍‌ ସ୍ଥିତି, ଚିକିତ୍ସା ଓ ଆଗାମୀ ପଦକ୍ଷେପ ନେଇ ଭର୍ଚୁଆଲ ମୋଡ଼ରେ ସମୀକ୍ଷା କରିଛନ୍ତି। ଜିଲ୍ଲାର କୋଭିଡ୍‌ ପଜିଟିଭ୍‌ ସଂଖ୍ୟା, ହସ୍ପିଟାଲରେ ଥିବା ରୋଗୀ ସଂଖ୍ୟା, ହୋମ ଆଇସୋଲେସନରେ ଥିବା ରୋଗୀ ସଂଖ୍ୟା, ମୃତ୍ୟୁ ସଂଖ୍ୟା, ସୁସ୍ଥ ହୋଇ ଫେରିଥିବା ରୋଗୀଙ୍କ ସଂଖ୍ୟା ତଥା ସଂକ୍ରମଣ ହାର, ଆଟିଂଜେନ୍ ଓ ଆରଟିପିସିଆର ଟେଷ୍ଟ ସଂଖ୍ୟା, କୋଭିଡ଼୍ ଚିକିତ୍ସା ପାଇଁ କେତେ ସଂଖ୍ୟାରେ ରେମିଡିସିଭର ଓ ଫେବି-ଫ୍ଲୁ ଖର୍ଚ୍ଚ ଯୋଗାଣ ଓ ଖର୍ଚ୍ଚ ହୋଇଛି, କୋଭିଡ଼୍ ହସ୍ପିଟାଲ ସଂପର୍କରେ ସବିଶେଷ ଆଲୋଚନା କରିବା ସହିତ ଚିକିତ୍ସା ପାଇଁ ଷ୍ଟାଫ୍, ନିଯୁକ୍ତି ଓ ବଦଳି ହୋଇଥିବା ଅଧିକାରୀଙ୍କ ମଧ୍ୟରୁ କେତେ ଯୋଗ ଦେଇଛନ୍ତି ସେ ନେଇ ଆଲୋଚନା କରିଥିଲେ। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୋଭିଡ୍‌ ହସପିଟାଲରେ ନୂତନ ଭାବରେ ୨୦ ଟି ଭେଣ୍ଟିଲେଟର ସଂଯୋଗ ସହ ସମସ୍ତ ଶଯ୍ୟା ନିକଟରେ ଅକ୍ସିଜେନ୍ ବ୍ୟବସ୍ଥା ନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେିଥିଲେ। ବନ୍ଧବାହାଲଠାରେ ଜୁନ୍ ମାସ ପ୍ରଥମ ସପ୍ତାହ ସୁଦ୍ଧା ସମ ହସ୍ପିଟାଲ ସହ ବୁଝାମଣା ପତ୍ର ସ୍ବାକ୍ଷର କରି ଜୁନ୍‌ ମାସ୧୫ ତାରିଖ ସୁଦ୍ଧା କୋଭିଡ଼୍ ହସ୍ପିଟାଲ କାର୍ୟ୍ୟକ୍ଷମ ନିମନ୍ତେ ତଥା ଭିତ୍ତିଭୂମି ଓ କର୍ମଚାରୀ ମୁତୟନ ସହିତ ଆନୁସଙ୍ଗିକ ବ୍ୟବସ୍ଥା ନିମନ୍ତେ ସବ୍‌ ହସପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଝାରସୁଗୁଡ଼ା ଠାରେ ଗୋଟିଏ ନୂଆ ଆର୍‌ଟିପିସିଆର୍ ଟେ‌ଷ୍ଟିଂ ମେସିନ ବ୍ୟବସ୍ଥା କରିବା ପାଇଁ ଔଷଧ ନିଗମକୁ ନି‌ର୍ଦ୍ଦେଶ ଦିଆଯାଇଥିଲା ଝାରସୁଗୁଡ଼ାଠାରେ ଘରୋଇ ହସ୍ପିଟାଲ ଓ ନର୍ସିଂ ହୋମରେ ଟିକାକରଣ କାର୍ୟ୍ୟକ୍ରମ ସହ ଆରଟିପିସିଆର ପରୀକ୍ଷା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି। ଜିଲ୍ଲାରେ ଡାକ୍ତର, ନର୍ସ ଓ ପାରାମେଡ଼ିକାଲ କର୍ମଚାରୀ ଅଭାବ ପରିଲକ୍ଷିତ ହେଲେ ଜିଲ୍ଳାପାଳ ଡ଼ିଏମ୍ଏଫ୍ ଓ ସିଏସ୍‌ଆର୍ ପାଣ୍ଠିରୁ ଏହି ପଦବୀ ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଲୋଚନାରେ ଅଂଶ ଗ୍ରହଣ କରି ସାଂସଦ ସୁରେଶ ପୂଜାରୀ ଏବଂ ର ବିଧାୟକ କିଶୋର ମହାନ୍ତି କୋଭିଡ଼୍ ସଂପର୍କରେ ଜନ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଥିଲେ ତଥା ବନ୍ଧବାହାଲ ଠାରେ ପ୍ରସ୍ତାବିତ କୋଭିଡ଼୍ ହସ୍ପିଟାଲ ତୁରନ୍ତ କାର୍ୟ୍ୟକ୍ଷମ ସହିତ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ମତାମତ ଦେଇଥିଲେ। ଏହି ବୈଠକରେ ବେଦାନ୍ତ କର୍ତ୍ତୃପକ୍ଷ, ଏମ୍‌ସିଏଲ୍‌ ନିର୍ଦ୍ଦେଶକ (ପର୍ସନାଲ) ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ସମ ହସ୍ପିଟାଲର ଅଧିକ୍ଷକ ଡ଼ା. ସାମନ୍ତସିଂହାର, ଡ଼ା. ଶଶାଙ୍କ ଦାସ, ଝାରସୁଗୁଡ଼ା ସିଡ଼ିଏମଓ ଲାଲା ମୋହନ ରାଉତରାୟ, କୋଭିଡ଼୍ ହସ୍ପିଟାଲର ନୋଡ଼ାଲ ଅଫିସର ପ୍ରମୁଖ ଉପସ୍ଥିତ ରହିବା ସହିତ ଜିଲ୍ଲାରେ କୋଭିଡ଼୍ ଚିକିତ୍ସାକୁ କିଭଳି ଆହୁରି ଅଧିକ କ୍ରିୟାଶୀଳ କରାଯାଇ ପାରିବ ସେ ସଂପର୍କରେ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ।

ସମ୍ବନ୍ଧିତ ଖବର