ଢେଙ୍କିକୋଟ: ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ଫାଣ୍ଡି ଅଞ୍ଚଳ ଟିକିରା ଗ୍ରାମର ପଦ୍ମନାଭ ନାଏକ (୭୫) ଙ୍କର ଗତ ରାତିରେ ଅସ୍ବାଭାବିକ ମୃତ୍ୟୁ ଘଟିଛି । ପ୍ରବଳ ଗରମ ଯୋଗୁଁ ସେ ଘରେ ଚୌକିରେ ବସିଥିବା ବେଳେ ହଠାତ ତଳକୁ ମୁହଁ ମାଡି ପଡ଼ିଯାଇଥିଲେ ।

Advertisment

ଘର ଲୋକେ ଘଟଗାଁ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଆଜି ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।