ଲଗାଣ ବର୍ଷାରେ ଘର ଭାଙ୍ଗିଲା, ଅସହାୟ ପରିବାର

କଂଟାବାଞ୍ଜି: ତୁରେକେଲା ବ୍ଲକ୍‌ ଅଂଚଳରେ ଗତ ୪ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବ୍ଲକ୍‌ ଅନ୍ତର୍ଗତ ହଲନଭଟା ଗାଁର ବିଲେଇ ହଂସଙ୍କ ଘର ଭାଙ୍ଗି ଯାଇଥିବାରୁ ତାଙ୍କ ପରିବାର ଦୟନୀୟ ଅବସ୍ଥାରେ ରହୁଛନ୍ତି। ପ୍ରକାଶ ଯେ, ଲଗାଣ ବର୍ଷା ପ୍ରଭାବରେ ଗୁରୁବାର ତାଙ୍କ ମାଟିଘର ଭୁଶୁଡ଼ି ପଡ଼ିଛି। ପରିବାର ଲୋକେ ସେତେବେଳେ ଘରେ ଥିଲେ ମଧ୍ୟ ସୌଭାଗ୍ୟ ବଶତଃ କାହାରି କିଛି କ୍ଷତି ହୋଇ ନାହିଁ।

ଏହି ପରିବାରକୁ ଆଜିଯାଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରା ନାହିଁ କି ଏମାନଙ୍କ ପାଖରେ ପକ୍କା ଘର ଖଣ୍ଡିଏ ନାହିଁ। ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଏନେଇ ତୁରେକେଲା ବିଡିଓଙ୍କୁ ପଚାରିବାରୁ ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ବ୍ୟବସ୍ଥା କରାଯିବ, ସରପଞ୍ଚଙ୍କ ସହ କଥା ହୋଇ ପଲିଥିନ ମଧ୍ୟ ସୁବିଧା କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର