ବାଲିଗୁଡାରେ ଲଗାଣ ବର୍ଷା, ପୁଣି ଧୋଇଲା ୫୯ ନମ୍ବର ଜାତୀୟ ରାଜପଥର ଡାଇଭରସନ

କନ୍ଧମାଳ-କଳାହାଣ୍ଡି ଯୋଗାଯୋଗ ବିଛିନ୍ନ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ମଙ୍ଗଳବାର ଦିନ ତମାମ ଲଗାଣ ବର୍ଷା ଫଳରେ ବାଲିଗୁଡା ଅଞ୍ଚଳର ବିଭିନ୍ନ ରାସ୍ତା ଧୋଇ ହୋଇଯିବା ଫଳରେ ଯାତାୟତ ପ୍ରଭାବିତ ହୋଇଛି। ବାଲିଗୁଡା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ରାଟଗୁଡ଼ା ଓ ମଣ୍ଡଳପଦର ନିକଟରେ ଡାଇଭର୍ସନ ଧୋଇ ହୋଇ ଯାଇଥିଲା କିନ୍ତୁ ରାଟଗୁଡ଼ା ନିକଟରେ ଡାଇଭର୍ସନଟି ମାଟି ପକାଇ ଦେବା ଫଳରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ ମଣ୍ଡଳପଦର ନିକଟରେ ଏବେବି ବିଛିନ୍ନ ହୋଇଛି । ଯାହାଫଳରେ କନ୍ଧମାଳ-କଳାହାଣ୍ଡିକୁ ଯୋଗାଯୋଗ ବିଛିନ୍ନ ହୋଇଛି।

ସେହିପରି ତୁମୁଡିବନ୍ଧ ବ୍ଲକର କୁର୍ତ୍ତମଗଡ଼ ନିକଟ ସ୍ଲିକି ଠାରେ ଏକ ବ୍ରିଜ ଭାଙ୍ଗି ଯିବା ଫଳରେ ସିଲକ୍ଷ ଓ ପାରିଗଡ଼ ଦୁଇଟି ପଞ୍ଚାୟତରେ ରହିଥିବା ୧୦ ହଜାର ଲୋକ ମୁଖ୍ୟ ବଜାର ବାଲିଗୁଡା, ତୁମୁଡିବନ୍ଧ ଓ କୋଟଗଡକୁ ଯୋଗାଯୋଗ ବିଛିନ୍ନ ହୋଇଛି।

ଜିଲ୍ଲାର ଚାଉଳ ଧୁଆ ଓ ଉତ୍ତେଇ ନଦୀରେ ପାଣି ଆସିବାରୁ ଝିରୀପାଣି, ଲଙ୍କାଗଡ ଓ ଭଣ୍ଡାରଙ୍ଗି ୩ ପଞ୍ଚାୟତରେ ରହୁଥିବା ପ୍ରାୟ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ତୁମୁଡିବନ୍ଧ ମୁଖ୍ୟ ବଜାର ଦେଇ ଯାଇଥିବା ଟୁରି ନାଳର ପାଣି ମଧ୍ୟ ପ୍ରବଳ ଆସିବାରୁ ବଡ ସାହିର କିଛି ପରିବାର ଘରେ ପାଣି ପଶିଯାଇ ଥିବାମଧ୍ୟ ଖବର ମିଳିଛି।

ସମ୍ବନ୍ଧିତ ଖବର