ଅଦିନିଆ ଝଡ଼-ବର୍ଷାରେ ଉଡ଼ାଇ ନେଲା ଆଜବେଷ୍ଟସ ଛପର, ବେଘର ହେଲେ ୧୧ ପରିବାର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ସାନ କୋଇଲାରି ଗ୍ରାମରେ ଶନିବାର ରାତ୍ର ପ୍ରାୟ ୮ ଘଣ୍ଟ ସମୟରେ ଅଦିନିଆ ଝଡ଼ ବର୍ଷା ଯୋଗୁଁ ଗ୍ରାମର ୧୧ ଜଣ ପରିବାରର ଘର ଛାତ ଉଡ଼େଇ ନେଇଥିବା ବେଳେ ବର୍ଷା ଯୋଗୁଁ ଘର ମଧ୍ୟରେ ଥିବା ଧାନ, ଚାଉଳ ଓ ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି। ଏହି ୧୧ ପରିବାର ବେସାହାରା ହୋଇ ପର ବାରଣ୍ଡାରେ ରାତ୍ର ଯାପନ କରିଥିଲେ।

ସୂଚନା ଅନୁଯାୟୀ ଗତକାଲି ରାତ୍ର ପ୍ରାୟ ୮ ଘଣ୍ଟ ସମୟରେ ସାନ କୋଇଲାରି ଗ୍ରାମରେ ଅଦିନିଆ ଝଡ଼ ବର୍ଷା ଆସି ଗ୍ରାମରେ ତାଣ୍ଡବ ରଚିଥିଲା।ଜୋର୍ ରେ ପବନ ବହିବା ସହ ବର୍ଷା ହୋଇଥିଲା। ରାତ୍ର ୮ ଘଣ୍ଟ ସମୟରେ ସମସ୍ତେ ସୋଇଥିବା ସମୟରେ ଏହି ଝଡ ବର୍ଷା ତାଣ୍ଡବ ଲୀଳା କରିଥିଲା। ଅଳ୍ପ ସମୟ ମଧ୍ୟରେ ଗାଁ ରେ ବହୁ ଘରର ଆଜ ବେଷ୍ଟ ଛପର ସବୁ ଉଡ଼ାଇ ନେବା ସହ ବଡ଼ ବଡ଼ ଗଛ ପବନ ର ବେଗ ଯୋଗୁ ଭାଙ୍ଗି ଯାଇଥିଲା। କସ୍ତୁରବା ବାଳିକା ବିଦ୍ୟାଳୟ ପରିସରରେ ଥିବା ବଡ଼ ବଡ଼ ଗଛ ସବୁ ପବନ ରେ ଭାଙ୍ଗି ପଡିଛି।

ତେବେ ହଷ୍ଟେଲ ରେ କେହି ନ ଥିବାରୁ କାହାର କିଛି ଅଘଟଣ ଘଟି ନାହିଁ । ସାନ କୋଇଲାରି ଗ୍ରାମର କ୍ଷତିଗ୍ରସ୍ତ ପରିବାର ମଧ୍ୟରୁ ସନମତି ଗୌଡ, ଲମ୍ବୁଧର ଗୌଡ, ମଣ୍ଟା ଭତରା, ସୋମନାଥ ବିନ୍ଧାଣି, ସଗନୁ ଗୌଡ, ଭଗବାନ ଗୌଡ, ମନବୋଧ ଗୌଡ, ସରାବୁ ଗୌଡ,ତିଲ ଭତରା, ଶୁକ୍ରୁ ଭତରା ଓ ନୈନା ଗୌଡ। ଘର ଛପର ଉଡିଯିବା ପରେ ଘର ମଧ୍ୟରେ ବର୍ଷା ପାଣି ପଶି ଘର ମଧ୍ୟରେ ଥିବା  ଅଧିକାଂଶ କ୍ଷେତି ଗ୍ରସ୍ତଙ୍କ ଧାନ, ଚାଉଳ ଓ ଆନ୍ୟାନ୍ନ ଘର ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି। ତେବେ କରୋନା ଯୋଗୁ ଗ୍ରାମର ଲୋକେ ଘରୁ ବାହାରକୁ ବାହାରି ପାରୁ ନ ଥିବାରୁ ବ୍ଲକ ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ପରିବାର ଙ୍କୁ ଜରୁରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର