ଜୟପୁର: ଗୁରୁବାର ମଧ୍ୟାହ୍ନ ସାଢ଼େ ୪ଟା ବେଳେ ଅଚାନକ ଭାବେ କଳାହାଣ୍ଡିଆ ମେଘର ବର୍ଷାରେ ମୁଖ୍ୟରାସ୍ତାରେ ପାଣିର ଲହଡ଼ି ଖେଳୁଥିବା ଦେଖିବାକୁ ମିଳିଥିଲା। ପ୍ରବଳ ବ‌ର୍ଷା ହେବା ଫଳରେ ନାଳର ପାଣି ସବୁ ମୁଖ୍ୟରାସ୍ତାରେ ଚାଳିଥିଲା। ପ୍ରାୟ ଘଣ୍ଟାଏ କାଳ ଲୋକଙ୍କର ଯିବା ଆସିବା ବନ୍ଦ ହୋଇ ଯାଇଥିଲା। ଅଚାନକ ବର୍ଷା ଫଳରେ ଉଠା ଦୋକାନୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିଛି ପନିପରିବା ଦୋକାନୀ ମାନେ କିଛି ଭାବିବା ପୂର୍ବରୁ ବର୍ଷା ହେବା ଫଳରେ ପନିପରିବାବି ଭାସି ପଳାଇଥିବା କହିଛନ୍ତି।

Advertisment

ଘଣ୍ଟାଏ କାଳ ଲୋକେ ବିଭିନ୍ନ ଦୋକାନ ତଳେ ସେଭଳି ଆଶ୍ରୟ ନେଇ ରହିଥିଲେ। ବର୍ଷା ମାସ ଆସିବା ପୂର୍ବରୁ ପୌରପାଳିକା ପକ୍ଷରୁ ନାଳ ସଫେଇ କରାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ନାଳ ପାର୍ଶ୍ବର ଦୋକାନୀ ମାନେ ନିଜ ଦୋକାନର ସାମଗ୍ରୀ, ପଲିଥିନ୍ ଆଦି ପକାଇବା ଫଳରେ ନାଳ ଗୁଡିକ ଜାମ ହୋଇଯାଇଥିବା ସନ୍ଦେହ କରାଯାଉଛି ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।