କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା: ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ୩୭୨.୬ ମିମି ବର୍ଷା ରେକର୍ଡ

କୋରାପୁଟ: ବର୍ଷିଲା ଯେ ଛାଡିବା ନାଁ ଧରିଲାନି। ୧୨ ଘଣ୍ଟା ଧରି କୋରାପୁଟ ଜିଲ୍ଲାରେ ଅବିରତ ବର୍ଷା। ଗତକାଲି ରାତିରୁ ଆଜି ସକାଳ ୮ଟାଏ ଯାଏ ଜିଲ୍ଲାରେ ୪୮୬.୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ୩୭୨.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତ‌େବେ କୋରାପୁଟରେ ଆଜି ସକାଳ ୮ଟାରୁ ୫ଟା ଯାଏ ହାରାହାରି ୩୪.୭୪ ମିଲିମିଟର ବର୍ଷା ହୋଇଥିବାବେଳେ କୋରାପୁଟରେ ୩୧.୬, ଲମତାପୁଟରେ ୪୯.୩, ପଟାଙ୍ଗୀରେ ୮.୦, ବନ୍ଧୁଗାଁରେ ୫୦.୦, ନନ୍ଦପୁରରେ ୪୮.୦, ଦଶମନ୍ତପୁରରେ ୬୩.୦, ନାରାୟଣପାଟଣାରେ ୨୩.୪, ଲକ୍ଷ୍ମୀପୁରରେ ୨୩.୪, ସେମିଳିଗୁଡାରେ ୩୨.୦, ଜୟପୁରରେ ୨୩.୪, କୋଟପାଡରେ ୭୬.୦, କୁନ୍ଦୁରାରେ ୧୬.୨, ବୋରିଗୁମ୍ମାରେ ୧୫.୪ ଓ ବୈପାରିଗୁଡାରେ ୨୭.୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ତେବେ ସନ୍ଧ୍ୟା ସୁନ୍ଧା କୋରାପୁଟରେ ୨୫.୮, ଲମତାପୁଟରେ ୧୫.୦, ନନ୍ଦପୁରରେ ୧୫.୦, ନାରାୟଣପାଟଣାରେ ୭.୪, ଲକ୍ଷ୍ମୀପୁରରେ ୨.୦, ସେମିଳିଗୁଡାରେ ୬୩.୦, ଜୟପୁରରେ ୨୦.୨, କୋଟପାଡରେ ୧୩୭.୦, କୁନ୍ଦୁରାରେ ୩୨.୦, ବୋରିଗୁମ୍ମାରେ ୧୫.୬ ଓ ବୈପାରିଗୁଡାରେ ୪୦.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲ୍ଲାରେ ମୋଟ ୩୭୨.୬ ମିଲି ମିଟର ବର୍ଷା ରେକର୍ଡ ହୋଇଥିବାବେଳେ ୩୩.୮୭ ହାରାହାରି ବର୍ଷା ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର